ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୩ ଅଗଷ୍ଟ ୨୦୨୨
କହ ଜଗନ୍ନାଥ ଖୋଲିକରି କହ
ଦାସିଆ ନଡ଼ିଆ ଭଲ କାହିଁ ଲାଗିଲା,
ସେହି ନଡ଼ିଆ କୁ ନେବା ପାଇଁ ପ୍ରଭୁ
ଶ୍ରୀଭୁଜ ତୁମର ନାଥ ଲମ୍ବି ଆସିଲା.
କହ ଜଗନ୍ନାଥ ଖୋଲିକରି କହ
ବନ୍ଧୁ ମହାନ୍ତିକୁ କାହିଁ ପାଇଲ ଭଲ,
ତାହାର ଦାରିଦ୍ର୍ୟ ନ ସହି ପାରିଣ
ନିଜ ସୁନା ଥାଳି ତାକୁ ଲୁଚାଇ ଦେଲ.
କହ ଜଗନ୍ନାଥ ଖୋଲିକରି କହ
ଗୀତଗୋବିନ୍ଦ କାହିଁକି ଲାଗିଲା ଭଲ,
ଶୁଣିବା ପାଇଁକି ତା’ର ଗାୟନକୁ
କଣ୍ଟା ଝଣ୍ଟା ମାଡି ଖାଲି ପାଦେ ଚାଲିଲ.
କହ ଜଗନ୍ନାଥ ଖୋଲିକରି କହ
ସାଲବେଗ ଡାକ କାହିଁ ଲାଗିଲା ଭଲ,
ଭକ୍ତଙ୍କ ଆବେଗ ଅଣଦେଖାକରି
ନନ୍ଦିଘୋଷ ରଥ ଚକ ଅଟକ କଲ.