ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୮ ଅକ୍ଟୋବର ୨୦୨୨
କହ କାହିଁକି ପ୍ରଭୁହେ କହ କାହିଁକି
ମଣିଷ ଭାବରେ ଦେଇ ତୁ ଜନମ
ଜ୍ଞାନ ଶୂନ୍ୟ କରୁ କାହିଁକି,
ମଣିଷ ମାନେହିଁ ନିଜ ନିଜ ମଧ୍ୟେ
ଶ୍ରେଣୀ କରିଛନ୍ତି କାହିଁକି.
ତୋର ଧରାଧାମେ ବାସ କରୁଥା’ନ୍ତି
ଜାତି ବର୍ଣ୍ଣ ଧର୍ମ ଅଲଗା ଭାବନ୍ତି
ସନ୍ତ୍ରାସ କରନ୍ତି କାହିଁକି,
ଧରମ ପ୍ରବକ୍ତା ଯିଏ ହୋଇଛନ୍ତି
ବିଷର ମଞ୍ଜି ସେ ବୁଣି ଚାଲୁ ଛନ୍ତି
ମୃତ୍ୟୁ ଦେଖି ଖୁସି କାହିଁକି.
ତୋହର ସ୍ଥିତି କୁ ବିସ୍ମରି ଯାଆନ୍ତି
କରୁ ନାହୁଁ ବୋଲି କିଛି ତୁ କହନ୍ତି
ନାସ୍ତିକ ସେମାନେ କାହିଁକି,
ତୁ ନୋହୁଁ ପ୍ରଭୁହେ ସୃଷ୍ଟିର କାରଣ
ପ୍ରଚାର କରନ୍ତି ସେ ମୂଢ଼ ଅଜ୍ଞାନ
ତୁ ସହୁଛୁ କହ କାହିଁକି.
ତୁ ଯା’କୁ ସଦୟ କାଳିଆ ହେଉରେ
ଜ୍ଞାନ ଉଦୟ ତା ହୃଦୟ କନ୍ଦରେ
ତୁ ନୀରବ କହ କାହିଁକି,
ବିଜ୍ଞାନୀ କାହିଁକି କରୁନୁ ତାହାଙ୍କୁ
ଅପେକ୍ଷା କରୁକି ତୁହି ସମୟକୁ
ପରିଣାମ ଜାଣୁ ନାହୁଁକି.