• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ବୁଦୁରା, ଗଜପତି, ୧୭ ଜାନୁୟାରୀ ୨୦୨୬

ମଦକୁ ପିଇବେ, ଦାଣ୍ଡରେ ଗଡ଼ିବେ
ଭାଷା, ଅଭାଷାକୁ କାଢି,
ହେବେ ମରାମରି, ହେବେ ଧରାଧରି
ଜନ ଗହଳିରେ ରଡି (୧)
ଋଣ କରି ଘିଅ, ଖାଉଥାଏ ପୁଅ
ମାଇପ ଗହଣା ବିକି
ଘରେ ନିତି କଳି, କାନ୍ଦର ବୋବାଳି
ଘରଣୀ ହେଉଛି ଦୁଃଖୀ (୨)
ପିଲା ପାଠ ପଢ଼ା, ଭବିଷ୍ୟତ ଗଢ଼ା
ଯାଉଛି ଚୁଲିକି ତାହା,
ଉନ୍ନତିର ଗତି, ହୁଏ ଅବନୀତି
ଅଧୋପତନର ରାହା (୩)
ସ୍ୱାସ୍ଥ୍ୟ ଅଧୋଗତି, ସବୁଠି ଅପ୍ରୀତି
ଅଦିନେ ମରଣ ଗ୍ରାସେ,
ବଇଦ, ଡାକ୍ତର, ଘେନେ ନିରନ୍ତର
କଡାଗଣ୍ଡା କରି ଶୋଷେ (୪)
ସନ୍ତାନ ବୁଲଇ, ବାରଦୁଆରକୁ
ନେହୁରା, ଗୁହାରୀ ହୋଇ,
ସାହାଯ୍ୟର ଭିକ୍ଷା, କେତେ ଯେ’ ଅଲେଖା
ବାର ଦୁଆରକୁ ଯାଇ (୫)
କିଏ ଗୋତି ପଶେ, ବେଠି କରି ବସେ
ଲାଭ, ଲୋଭ ମନ ନେଇ,
ଯୋଡ଼ି କରପତ୍ର, ପର ଦୟା ପାତ୍ର,
ମାଲିକର ଦାଉ ସହି (୬)
ହିତଶତ୍ରୁ ଜନ, ସୁଯୋଗକୁ ଧ୍ୟାନ
ସୁବିଧାବାଦୀଟି ହୋଇ,
ମାନ, ସନମାନ, ସଞ୍ଚିତର ଧନ
କଳେ ହାତେଇବା ପାଇଁ (୭)
ଦାଣ୍ଡେ ଛିଛି କୁଟା, ମନ ବିଚିକିଟା
ମୁହଁ ମୋଡା, ନାକ ଟେକା,
ଭୟରେ ଜୁହାର, ମାରି ହୁଏ ଦୂର
ସଂଦେହୀଙ୍କ ମନ ଶଙ୍କା (୮)
କାହାର ଭାରିଜା, କରି କଳି କଜ୍ୟା
ବାର ଦୁଆରରେ ଠିଆ
ହାତ ଉଦ୍ଧାରକୁ, ମାଗି ବୁଲିବାକୁ
ଆଖି ଲୁହଧାର ସାହା (୯)
ନେଇ ଥିବା ଧାର, ଫେରାଇ ନପାରି
ଲୁଚିଛପି ଘର କୋଣେ
ସବୁଠି ଚରଚା, ଗାଳି ମନ ଇଛା
ଛୋଟ, ବଡ଼ ଯିଏ ଜାଣେ (୧୦)
ମଦ ପିଇ ପିଇ, ଦାଣ୍ଡରେ ଗଡ଼ିବେ
ହାଟରେ ପଡ଼ିବେ କେହି,
ଖାଇ ଗଳା ଧକ୍କା, ହୁଏ ବେକ ରକ୍କା
ଚାପୁଡ଼ା, ରାମ୍ପୁଡ଼ା ସହି (୧୧)
ସାତ ପୁରୁଷକୁ, ଶ୍ରାଦ୍ଧ କରି ତାକୁ
ଦାଣ୍ଡରେତ ଧୁଆ, ଶୁଖା,
ଗଲେ ନିଶା ପାଣି, କୋଳା କୋଳି ପୁଣି
ମିତ, ଗୋତ ଗାତ ସଖା (୧୨)
ରାଣ ପରମାଣ, ଡକାହକା ଜାଣ
ସବୁକଥାକୁ ବିସ୍ମୃତି
କ୍ଷଣିକରେ ରୁଦ୍ର, କ୍ଷଣିକରେ ଭଦ୍ର
ନିଶାପାଣି, କରାମତି (୧୩)
ମନୁଆ ରଜାଟି, ଏକ ଛତ୍ରପତି
ବେଖାତିରି, କାରବାର
ସେହିଏକା ବଡ଼, ସେହି ପରା ଦୃଢ଼
ନଇଁବନି ମଥା ତାର (୧୪)
ମାଡ଼, ବିଧା, ଖୁନ୍ଦା, ଘୋଷଡ଼ା ଘୋଷଡ଼ି
ଗୋଇଠାତ ଅପ୍ରମିତ
ଆଳି, ଅଳଙ୍କାର, ନିତ୍ୟ କାରବାର
ଦେହସୁହା ଦିବା, ରାତ୍ର (୧୫)
କିଏ ବଦମାସ, କିଏ ନନସେନ୍ସ
କିଏ ବାଷ୍ଟାର୍ଡ଼ କୁହେ,
ଏ ସବୁ ଶୁଣିବା, ଜୀର୍ଣ୍ଣକୁ କରିବା
ସହଜ କି ଲାଗୁ ଥାଏ ?? (୧୬)
ଏହି ବ୍ୟବହାର, ହୀନ କାରବାର
ଲାଗେ ସହିବାକୁ, ଭଲ
କହିଲେ ମଦୁଆ, ବାଧିଯାଏ କିଆଁ
ମନ ହୁଏ କଲବଲ ? (୧୭)
ମୁହିଁ ମଦ ପିଏ, ଦେଉଅଛି କିଏ
ହାତ ପଣତରୁ କା’ର
ବିବେକ ବିହୀନ, ଓଲଟା ପ୍ରଶନ
ନିଲ୍ଲଜ ପଣରେ ଗୀର (୧୮)

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.