• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କଳା ସାଆନ୍ତେ….ଆସନ୍ତକି ମିଶି ଅଭଡ଼ା ଖାଆନ୍ତେ

କଳା ସାଆନ୍ତେ….ଆସନ୍ତକି ମିଶି ଅଭଡ଼ା ଖାଆନ୍ତେ
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୫ ଜୁଲାଇ ୨୦୨୩

କଳା ସାଆନ୍ତେ…
ଆସନ୍ତକି ମିଶି ଅଭଡ଼ା ଖାଆନ୍ତେ…
ରତ୍ନସିଂହାସନୁ
ଆନନ୍ଦ ବଜାର
ମିଳିମିଶି ଆମେ ଦୁହେଁ ଯାଆନ୍ତେ… ଯାଆନ୍ତେ…
ଆସନ୍ତକି ମିଶି ଅଭଡ଼ା ଖାଆନ୍ତେ…(ଘୋଷ)

ଶ୍ରୀମୁଖରୁ ତବ
ପଡ଼ୁଥାନ୍ତା ଝରି
ଅବଢ଼ା ଭାତରୁ ଦି’ଟା ।
ସେ ଅଭଡ଼ା ଭାତ
ସାଉଁଟି ଖାଆନ୍ତି
ଲାଗୁଥାନ୍ତା କେଡେ ମିଠା ।।
ଅଭଡ଼ା ବାଲାଏ
ଯାଚୁ ଥାନ୍ତେ ଖାଲି
ଆମେ ତାଙ୍କୁ ମନା କରୁ ଥାଆନ୍ତେ… ଥାଆନ୍ତେ…
ଆସନ୍ତକି ମିଶି ଅଭଡ଼ା ଖାଆନ୍ତେ…
କଳା ସାଆନ୍ତେ… (୧)

ଭୋକ ମେଣ୍ଟିଯାନ୍ତା
ତୁମ ସାଥେ ବସି
ଖାଇଲେ ଅଭଡ଼ା ଭାତ ।
ତୁମକୁ ପ୍ରଭୁହେ
ଖୋଇ ଦେଉଥାନ୍ତା
ମୋର ଏ ଛୋଟିଆ ହାତ ।।
ଏ ବିରଳ ଦୃଶ୍ୟ
ଦେଖି ଭକ୍ତ ଜନେ
ଆନନ୍ଦରେ ନାଚି ଗୀତ ଗାଆନ୍ତେ…ଗାଆନ୍ତେ…
ଆସନ୍ତକି ମିଶି ଅଭଡ଼ା ଖାଆନ୍ତେ…
କଳା ସାଆନ୍ତେ… (୨)

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ଚିହ୍ନ
Literature

ଚିହ୍ନ

by ପ୍ରଭୁକଲ୍ୟାଣ ମହାପାତ୍ର
October 13, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬ କିଛି ଚିହ୍ନ ଲିଭିଯାଏ ସମୟ ସୁଅରେ ଆଉ କିଛି ନିଶ୍ଚିହ୍ନ ହୁଏ ଅଳ୍ପ ଦିନରେ ବାକି କିଛି ଲିଭିବାକୁ...

Read more
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.