ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨ ଫେବୃଆରୀ ୨୦୨୩
ଫଳ କରମର
ଦାନ ପ୍ରଭୁ ଙ୍କର
ମଣିଷ ଆୟତ୍ତେ ପ୍ରାପ୍ତି ଟା ନାହିଁ,
ନିଜ ସାଧ୍ୟ ମତେ
କର୍ମ କଲେ ଦୃତେ
ପୁରା ବିଫଳତା ମିଳଇ ନାହିଁ.
କାମ କଲାବେଳେ
ଭୟ ବେଳେ ବେଳେ
ଉଭା ହୋଇଯାଏ ବାଟରେ ଆସି,
ଡରି ଗଲେ ନର
କର୍ମ ଟା ବେକାର
ଦେଇଥାଏ ସବୁ ସାଧନା ନାଶି.
କରମ ରେ ଭୟ
ନାଶେ ସବୁ ଲୟ
ଅଗ୍ରସର ପଥେ କଣ୍ଟା ବିଛାଏ,
ଭୟ ଗଲେ ଗ୍ରାସୀ
ନିଭୃତ ରେ ବସି
ସମୟ କୁ ଦୋଷ ଦେଉଥାଏ.
ଭୟ ଦେଇ ଛାଡି
ଆଗେ ଗଲେ ମାଡି
କର୍ମ ସମ୍ପାଦିତ ହୁଏ ସହଜେ,
ସୁଫଳ ମିଳିବ
କିବା ନ ମିଳିବ
ଛାଡି ଦେଇ ରହ ମନ ମଉଜେ.
ଏପରି କରିଲେ
ଦିନ ବିତେ ଭଲେ
ଶାନ୍ତିରେ ସୁଖରେ ରହି ହୁଅଇ,
କର୍ମେ ବ୍ୟସ୍ତ ରହି
ଚିନ୍ତା ଛାଡି ଦେଇ
ସୁଖ ପାଅ ପ୍ରଭୁ ଆଶ୍ରାରେ ରହି.