• About
  • Contact
Sunday, October 11, 2026
Sunday, October 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କାର୍ତ୍ତିକ ପୂର୍ଣ୍ଣିମା ଓ କବିତା

କାର୍ତ୍ତିକ ପୂର୍ଣ୍ଣିମା ଓ କବିତା
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୧୫ ନଭେମ୍ବର ୨୦୨୪

କବିତା ଗୋ ତୁମେ
ଏଇ ଫେରୁଥିଲ
ବୋଇତ ବନ୍ଦାଣ ସାରି ।
ଖାଣ୍ଟି ଓଡିଆଣୀ
ମନଜିଣା ରୂପ
ଭଲ ଲାଗୁଥିଲ ଭାରି ।।
ଓଡ଼ିଆ ସଂସ୍କୃତି
ମହାନ ମୋ ଗାଥା
ସତରେ ଗୌରବମୟ ।
ତୁମ ପରିପାଟୀ
ପୂର୍ଣ୍ଣତମା ଛବି
ଭିଜିଗଲା ମୋ ହୃଦୟ ।।
ହେମନ୍ତ ଝୋଟିର
ସଜଫୁଟା ଫୁଲ
ସଦ୍ୟ ଶିଶିରର ବିନ୍ଦୁ ।
ମୋତି ଗହଣାରେ
ଶେଫାଳୀ ମହକ
ଭିଜି ଗଲା ମନଇନ୍ଦୁ ।।
ସଭ୍ୟତାକୁ ତୁମେ
ଆଦରି ନେଇଛ
ତୁମ ସ୍ନିଗ୍ଧ ପଣତରେ ।
ଫୁଲ ଫେନ୍ଥା ପରି
ଅତୀତ ଝୁଲୁଛି
ତୁମରି କଜଳ ଧାରେ ।।
ପୂଣ୍ୟତୀର୍ଥଭୂମି
ସତେଜ ସୁନ୍ଦର
ଆଜିବି ଝଲସେ ମନ ।
ନାଲି ଶଙ୍ଖା ସାଥେ
ଚୂଡି ର ରୋଷଣୀ
ପାଦ ଅଳତାର ଚିହ୍ନ ।।
ଜାଭା ସୁମାତ୍ରାର
ଅଧୀର ତରଣୀ
ହୃଦୟର ବେଳାଭୂମି ।
କେତେ ଦରବରେ
ସ୍ବାକ୍ଷରିତ ତୁମେ
ବର୍ଷ ଶେଷ ଲେଉଟାଣି ।।
ତୁମରି ବଧୂଲି
ହସକୁ ଦେଖିଲି
ଆଜି ପ୍ରାତଃ ପ୍ରଭାତୀରେ ।
କୁଝ୍ଝଟିକା ମେଳେ
ମଗ୍ନ ଅଭିସାର
ଲେଖୁଥିଲ ଅନ୍ତରରେ ।।
ସିନ୍ଦୁ ଟୋପାରେ
ପରାଚୀ ଗଗନ
ତୁମ କପାଳରେ ଦେଖି ।
ଆନମନା ହୁଏ
ଅଳସ ପ୍ରଭାତ
ସପନ ଦେଉଛି ମାଖି ।।
ପୂଣ୍ୟ ଅର୍ଘ୍ୟଥାଳୀ
ସ୍ବସ୍ତି ବାଚକରେ
ମାଙ୍ଗଳିକ ହୁଳହୁଳି ।
ଦୁର୍ବାକ୍ଷତ ଆଉ
ନାରିକେଳ ସାଥେ
ସମର୍ପଣ ଦୀପ ଜାଳି ।।
ତୁମ ରୂପ ଆଭା
ବୈଦୁର୍ଯ୍ୟ ବିଭବେ
ବର୍ଣ୍ଣାଳିର ବିଭାବନା ।
ବିମୁଗ୍ଧ ବିପଣି
ଲେଖୁଥିଲ ସତେ
ମନ ମୁଗ୍ଧ ମନୋରମା ।।
ଏମିତି ଗୋ ତୁମେ
ସପନ ଭିଡ଼ରେ
ନୀଳ ଦରିଆର କୂଳେ ।
ଆସୁଥାଅ ତୁମେ
ସଂସ୍କୃତି ମହକେ
ମୁଁ ଖୋଜୁଥିଲା ବେଳେ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଉତ୍କଳ ମଣି ଗୋପବନ୍ଧୁ ଦାସ
Literature

ଉତ୍କଳ ମଣି ଗୋପବନ୍ଧୁ ଦାସ

by ଦେବେନ୍ଦ୍ର କୁମାର ସାହୁ
October 9, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୯ ଅକ୍ଟୋବର ୨୦୨୬ ଜଗନ୍ନାଥ ଏକା ନେତା ଉତ୍କଳରେ ଆଉ ନେତା କେହି ନାହିଁ ତୁମେ କହିଥିଲ ଉଦ୍ଦାତ କଣ୍ଠରେ ଜୟ...

Read more
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
ଚଷମା

ଚଷମା

September 29, 2026
ମୁହୂର୍ତ୍ତ

ମୁହୂର୍ତ୍ତ

September 22, 2026
ପକ୍ଷୀଘର।

ପକ୍ଷୀଘର।

September 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.