ଗାୟତ୍ରୀ ପଣ୍ଡା, ଭୁବନେଶ୍ୱର, ୧୯ ଜୁଲାଇ ୨୦୨୩
ନିରବତାର ବୁକୁ ରେ
ଚାଲୁଥାଏ ବାଟୋଇଟିଏ ॥
ସାଥେ ଥାଏ ଏକାମାତ୍ର
ଶାନ୍ତ ନିରବତା ॥
ଭାଙ୍ଗି ଯାଇଛି ଗର୍ବ, ଅହଂକାର ॥
ପଛେ ଅଛନ୍ତି ସାଥି ପରିଜନ ॥
କିଏ ନିଜର ତୁମର !!!
ଗୋଟିଏ ଉତ୍ତର
ଫେରି ଆସେ ବାରମ୍ବାର ॥
କେ ନୁହେଁ କାହାର ॥
ସାଥି ତୁମେ ନିଜ ନିଜର ॥
ଗୀତା କହେ କର୍ମ ଅଟେ ଗୁରୁ ତୋର ॥
ସଂସାରରେ କେ ନୁହେଁ କାହାର ॥
ମଣିଷ ଟା ସ୍ବାର୍ଥପର ॥
ଭଲ କଲେ ଭୁଲ କହେ ॥
ଭୁଲ କଲେ ଭ୍ରମିତ କରେ ॥
ଭଲ କରିବାକୁ ଗଲେ
ପ୍ରଶ୍ନ କରେ କାହିଁକି ଭଲ କଲା ?
ସ୍ୱାର୍ଥ ଅଛି କି ତା’ ର ?
ଭୁଲ କଲେ, ବଞ୍ଚିବା ଦୁରୂହ କରିଦିଏ ||
ଏତେ ଛନ୍ଦାଛନ୍ଦି ମଣିଷର ଗତିପଥ II
ବୁଢିଆଣୀ ଜାଲ ପରି
କେନ୍ଦ୍ର ଗୋଟିଏ ବିନ୍ଦୁ II
ତାହା ହିଁ ମୋର ଉତ୍ତର
ଏଠି କେ ନୁହେଁ କାହାର II
ଏଠି କେ ନୁହେଁ କାହାର ॥