ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୨ ସେପ୍ଟେମ୍ବର ୨୦୨୩
କେଉଁ ରୂପରେ ତୁ
ଆସୁ କେତେବେଳେ
ମୁଁ ଛାର କାହୁଁ ଜାଣିବି,
ମୋର ନାହିଁ ଜ୍ଞାନ
ମୋର ନାହିଁ ଦୃଷ୍ଟି
କିପରି ତୋତେ ଚିହ୍ନିଵି
ହେ ଜଗନ୍ନାଥ
କିପରି ଭବୁ ତରିବି.
ତୁ ତ ମାୟାଧର
ନରେ ଅଗୋଚର
କିପରି ମାୟା କାଟିବି,
ତୁହି ଶକ୍ତିଧର
ମୁଁ ଛାର ପାମର
କିପରି ତୋତେ ଧରିବି
ହେ ଜଗନ୍ନାଥ
ତୋ ପାଦ ପଦ୍ମ ଦେଖିବି.
ତୁ ଜ୍ଞାନ ସାଗର
ଅନନ୍ତ ଅପାର
କ’ଣ ତୋତେ ମାଗିବି,
ତୁହି ଶୂନ୍ୟ ରୂପ
ଓଁ କାର ସ୍ୱରୂପ
ତୋତେ କି ଛୁଇଁ ପାରିବି
ହେ ଜଗନ୍ନାଥ
ତୋ ନାମ କାହୁଁ ଜାଣିବି.
ତୁ ଶାନ୍ତି ଦାୟକ
ତୁ ସୃଷ୍ଟି କାରକ
ମୁଁ କାହୁଁ ତୋତେ ବୁଝିବି,
ତୁହି ବ୍ରହ୍ମ ପିଣ୍ଡ
ପ୍ରଚଣ୍ଡ ମାର୍ତ୍ତଣ୍ଡ
କିପରି ପାଶେ ମୁଁ ଯିବି
ହେ ଜଗନ୍ନାଥ
ନିରାଶ ରେ ମୁଁ କି ଥିବି.