ଜୟଶ୍ରୀ ଦାସ, ବାଲେଶ୍ଵର, ୪ ଫେବୃଆରୀ ୨୦୨୩
କେଉଁ ପରବାସୀ ଆସିବେ, ଅଜଣା
ମୋ ମନ ଉଚ୍ଚାଟ ଭାରି
ପୂରା ଅଗଣାରେ ମହକୁଛି ମଲ୍ଲୀ
ପକ୍ଷୀ ଶୁଣାଉଛି ଲୋରି।
ଚିଠି ଲେଖିଥିଲେ ଆସିବେ ଏଠାକୁ
ବିରହେ ଜଳୁଛିଁ ମୁହିଁ
ମନର ବେଦନା କିପରି ବୁଝିବ
ଶୁଖି ଯାଇଥିବା ନଈ
କଲିଜା ଭିତର କାଠଖୁଂପାଟିଏ
ଖାଉଅଛି କୋରି କୋରି।
କେତେ ଦୁଃଖ ଥିଲା ମୋ କପାଳେ ଲେଖା
ଦୁଃଖୀ ଜୀବନର ଦୋହା
ଗାଇବାକୁ ହେଲା ଏକା ଏକା ଗୀତ
କିଏ ବା ବୁଝିବ ଏହା?
ଉଡ଼ି ଯାଉନାହିଁ କାହିଁକି ପକ୍ଷୀଟି
ଭାଂଗିଦେଇ ତା ପଂଜୁରୀ?