• About
  • Contact
Friday, January 23, 2026
Friday, January 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଖରା ଆସିଲାଣି ଖରା

ଖରା ଆସିଲାଣି ଖରା
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୬ ମାର୍ଚ୍ଚ ୨୦୨୩

ଖରା ଆସିଲାଣି ଖରା
ତତେଇ ଦେଲାଣି ଧରା ।
ତେଜରେ ତାହାର
ଗଛରୁ ପତର
ଝଡେଇ ଦେଲାଣି ପରା ।।

ତତେଇ ଦେଲାଣି ବାଲି
ବାଟ ତ ହେଉନି ଚାଲି ।।
ନଈ କୁଳ ପାଖ
ଆମ୍ବ ତୋଟା ତଳେ
ପଡିଲା ତାଆସ ପାଲି ।।

ତତଲା ଦୂରେଇ ନେଲା
ପଖାଳ ଭାତକୁ ଦେଲା ।
ଦେଖରେ ସଭିଏଁ
ଦହି ପଖାଳରୁ
ବାଢ଼ିଲେଣି ବେଲା ବେଲା ।।

ଶୁଖେଇ ଦେଲାଣି ଜଳ
ପଚେଇ ଦେଲାଣି ଫଳ ।
ପାପୁନ ବାପୁନ
ଖାଇବା ପାଇଁକି
ଚାହିଁଛନ୍ତି ଜଳ ଜଳ ।।

ଖୁସି ଉଠିଲାଣି ହସି
ଦେଖି ସରବତ ଲସି ।
ଦୋକାନୀ ଭାଇଟା
ଗିଲାସେ ଗିଲାସେ
ବଢ଼ାଇ ଦେଉଛି ବସି ।।

ଘୁରିଲାଣି ଘରେ ପଙ୍ଖା
ଗରମକୁ ନାହିଁ ଶଙ୍କା ।
ପଙ୍ଖା ତଳେ ଟିକେ
ବସିବା ପାଇଁକି
ହେଉଛନ୍ତି ସବୁ ରଙ୍କା ।।

ଖରା ରହି ମାସ ଚାରି
ଗରମରେ ଦେବ ଘାରି ।
ବରଷା ଛୁଇଁଲେ
ଆମ ଏ ଧରାରୁ
ହୋଇଯିବ ସିଏ ପାରି ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ବୀଣା ବାଦିନୀ
Literature

ବୀଣା ବାଦିନୀ

by ବିଜୟ କୁମାର ପାଣି
January 23, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୩ ଜାନୁୟାରୀ ୨୦୨୬ କର ପତ୍ର ଯୋଡ଼ି କରୁଛି ସ୍ତୁତି ମାଘ ମାସ ଶୁକ୍ଳ ପଞ୍ଚମୀ ତିଥି। ମରାଳ ବାହିନୀ-ମାତା...

Read more
ମନ୍ତ୍ରୀ ସେବେର

ମନ୍ତ୍ରୀ ସେବେର

January 22, 2026
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.