ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୬ ଅପ୍ରେଲ ୨୦୨୩
କିଏ ତୋ ମୁହଁରେ କଳା ବୋଳିଦେଲା
କହ ରେ କାଳିଆ କହ
ସେ କଳା ମୁହଁରେ ବଡ଼ ଚକା ଆଖି
କିଏ ଆଙ୍କିଦେଲା କହ
ମନ ଖୋଲି ଥରେ କହ
ହସ ମୁଖ ତୋର ନାଲି ଜର ଜର
କାହିଁକି କାଳିଆ କହ.
ବଳିଆର ଭୁଜ କାହିଁ ପାଇଁ ଅଧା
ମୁଢ଼ ମୁହିଁ ଜାଣେ ନାହିଁ
ଗୋଡ଼ କାହିଁକି ତୁ ରଖିନୁ କାଳିଆ
ବୁଝି ପାରୁନାହିଁ ମୁହିଁ
କାନ କାହିଁ ତୋର ନାହିଁ
ତୋ ନାକ ଉପରେ କିଏରେ କାଳିଆ
ଫୁଲ ଦେଇଛି ଲଗାଇ.
ତୋ ମୁଣ୍ଡ ରେ ନାହିଁ କେଶର ଭଣ୍ଡାର
କାହିଁକି କାଳିଆ କହ
ଧରିନାହୁଁ କାହିଁ ଚକ୍ର ତୋ ହସ୍ତରେ
ଶୂନ୍ୟ ହସ୍ତ କାହିଁ କହ
ନିଜର ଭାବିକି କହ
ଅବନ୍ଧା ମାଳ ତୋ ବେକରେ କାହିଁକି
ପକାଉ କାଳିଆ କହ.
ତୋ ପ୍ରସାଦ କାହିଁ ମାଟିର ହାଣ୍ଡିରେ
ହେଉଅଛି ରନ୍ଧା ବଢ଼ା
ସେ ପ୍ରସାଦ କାହିଁ ଶ୍ରୀମହାପ୍ରସାଦ
କାହିଁ ପୁଣି ସେ ଅବଢ଼ା
କାହିଁକି ତା ମୂଲ୍ୟ ଚଢା
ଯେତେ ଖାଉଥିଲେ ପେଟ ଭରି ତାହା
ଲାଗେ କାହିଁକି ତାଗଡା