• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କିନ୍ତୁ

କିନ୍ତୁ
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, ୨୬ ସେପ୍ଟେମ୍ବର ୨୦୨୨

ମୁଗ୍ଧ ପାରିଜାତ ବାଟିକାର
ମୁଖଶାଳା ବର୍ଣ୍ଣନା କରୁକରୁ
ଗଜଲଟିଏ ହୋଇଗଲା
ସେହି ଗଜଲରେ ଗଜରାଟିଏ
ଗୁନ୍ଥୁ ଗୁନ୍ଥୁ ଅତିକ୍ରମି ଥିବା
ଦରଦୀ ଅତୀତ ମୋତେ
ଖୁବ୍ କଷ୍ଟ ଦେଇଗଲା ସତ…….
ପ୍ରତିମୂହୁର୍ତ୍ତରେ ସଜାଡୁ ଥିଲି
ବୋଧହୁଏ ନୀଳ ଭବିଷ୍ୟତ
ପ୍ରକାଶିତ ହେବାକୁଥିବା
ନୂତନ ସତ୍ୟତା
କିନ୍ତୁ!!!!!!!!

ଏତିକିରେ ସରିନଥିଲା
ବଳୟ ସେପାରିରୁ ଆମନ୍ତ୍ରିତ
ଶବ୍ଦାବଳୀ ଯେତେ………..
ଆକର୍ଷିତ କରୁଥିଲା
ବିଶ୍ୱାସର ସ୍ନିଗ୍ଧମୟ
ଆବେଷ୍ଟନୀର ଚାରୁଚିତ୍ର
କମକଳା କାରୁକାର୍ଯ୍ୟ ସତେ
ଭାବନା ସବୁ ସରିଗଲା ପରେ
ଅପେକ୍ଷାର ସମାଦର ମାପିହୁଏ
ଅସ୍ପଷ୍ଟ ବିନ୍ଦୁ ଟିଏ ଅପହୃତ ଅପରାହ୍ନେ
ସତେଜତା କେତେ ??
କିନ୍ତୁ !!!!!!

ପ୍ରିୟ ସ୍ବପ୍ନକୁ ହାତ ବଢ଼ାଇ
ଧରିବାର ମୋହକୁ
ପ୍ରତିକ୍ଷଣେ ପ୍ରତୀକ୍ଷାର ବାସ୍ନା
ମୋହବିଷ୍ଟ କରୁଥିଲା
ସମୟ ଫାଙ୍କରେ
ନୀଳ ଆକାଶକୁ ଚାହିଁ ।
କେଉଁ ସତ୍ୟଭାମାଙ୍କ ଅନୁରୋଧ କ୍ରମେ……
ଉତ୍ତାରି ଆଣିଥିଲ ତୁମେ
ସ୍ବର୍ଗପୁରୀର ପାରିଜାତ
ସ୍ଥାପିବାକୁ ଧରଣୀ ବକ୍ଷରେ
ତୁମ ସୁନା ଅଙ୍ଗୁଳିର ସ୍ପର୍ଶେ ।
ବିଭୋର ପଣର ବୈଭବରେ
ସଞ୍ଜ ସକାଳର ପ୍ରଶାନ୍ତି ମହକ,
ଅସ୍ତବ୍ୟସ୍ତ କରେ ଘନଘନ ହେଲେ……
ଏଠାରେ ସେହି ନଷ୍ଟ ନାଟକର
ଭ୍ରମ ସଂଯୋଜନା
ମନକୁ ମନ ଯାଚି ହୁଏ
ଆଞ୍ଜୁଳାଭର୍ତ୍ତି ଜୀଇବା ଜହର
ସତରେ କିନ୍ତୁ !!!!!

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

‌ତାରକ ଦା’ (ଭାଗ ୫୪)
Literature

‌ତାରକ ଦା’ (ଭାଗ ୫୪)

by Manas Ranjan Mahapatra
December 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫ ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ। ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ...

Read more
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.