ସଚ୍ଚିଦାନନ୍ଦ ବେହେରା, ଭୁବନେଶ୍ୱର, ୧୮ ଜୁଲାଇ ୨୦୨୪
କଳ୍ପନା ତୂଳୀରେ ଆଙ୍କିଛି ତୁମକୁ
ତୁମେ ମୋ ଲାବଣ୍ୟବତୀ
ହୃଦୟ ରେ ମୋର ଚନ୍ଦ୍ରଭାନୁ ଭାବ
ପ୍ରେମର ଅମରାବତୀ।
ପ୍ରଣୟ ପିଆ ସୀ- ପ୍ରେମିକ ମନେ ମୋ
ଜାଗିଛି ମିଳନ ଆଶା
ତୁମ ତନୁ ଗନ୍ଧେ ମୁଁ ଆଜି ବିଭୋର
ଓଠେ ଅୟୁତ ପିପାସା
ଅଧରରେ ଢ଼ାଳି ଅଧର ଅମୃତ
ଦିଅ ଗୋ ତୃଷ୍ନା ରୁ ମୁକ୍ତି –
ଶ ତେକ ପୁଣ୍ୟକୁ ଆହୂତି ଦେଇଛି
ମିଠା ପାପ କାମନା ରେ
ନିର୍ବାଣ ପ୍ରାପ୍ତି ମୋ ତୁମ ଆଲିଙ୍ଗନେ
ମୋକ୍ଷ ତୁମ ବନ୍ଧନ ରେ
ପାପ ପୁଣ୍ୟ କଥା କିଛି ମୁଁ ଜାଣେନା
ବୁଝେନା ସଂସାର ରୀତି।