ଭକ୍ତ ଚରଣ ସାହୁ, ଯାଜପୁର, ୯ ନଭେମ୍ବର ୨୦୨୨
ଧରମ ମାସ
ହୋଇଲା ଶେଷ
କାର୍ତ୍ତିକ ଗଲା ଚାଲି ।
ହବିଷ ଛାଡି
ମାଛ ମାଉଁସ
ଖାଇବା ଆମେ କାଲି ।।
ଧରମ କ’ଣ ମାସେ ।
ପ୍ରତି ବରଷ
ଏଇ କାର୍ତ୍ତିକେ
ଧରାକୁ ଆମ ଆସେ ?
ଗୋଟିଏ ମାସ
ଆମିଷ ଛାଡି
ହବିଷ ଖାଇ ଆମେ ।
ମନ୍ଦିର ଯାଇଁ
ହଜିତ ଯାଉ
ଆମେରେ ହରି ନାମେ ।
ତା’ ପରେ କହ କାହିଁ ?
ମାସକ ପରେ
ଏମିତି ହେଉ
ଆଇଁଷ ଟିକେ ପାଇଁ ।।
ଗୋଟିଏ ମାସ
ଆମିଷ ଛାଡି
ଅର୍ଜିଲେ ଯେଉଁ ପୂଣ୍ୟ ।
ଜୀବ ମାରିକି
ଖାଇବା କାମ
ହେଲା ନାହିଁକି ଘୁଣ୍ୟ ?
ଜୀବ ମାରିବା ପାପ ।
ଜାଣିକି ଆମେ
ଖାଇ କାହିଁକି
ମୁଣ୍ଡାଉ ଅଭିଶାପ ।।
ସବୁ ଦିନକୁ
ଆମିଷ ଛାଡି
କରନ୍ତେ ଭଲ କାମ ।
ସଞ୍ଜ ସକାଳେ
ମନ୍ଦିର ଯାଇ
ଧରନ୍ତେ ହରି ନାମ ।।
ସେଠାରୁ ଆସି ଆମେ ।
ନିତି ଦିନିଆଁ
କାମ କରନ୍ତେ
ଏଇ ମରତ ଧାମେ ।।
ଏମିତି ହେଲେ
କେମିତି ହେବ
କହରେ ମତେ ଭାଇ ।
ସବୁ ଦିନିଆଁ
ଧରମ କାମ
ଦରକାର କି ନାହିଁ ?
ଲୋଡ଼ା ଉତ୍ତର ଟିଏ ।
ଭୁଉଲ ଅବା
ଠିଇକ କଥା
କୁହ, ଜାଣିଛ କିଏ ।।