• About
  • Contact
Tuesday, September 22, 2026
Tuesday, September 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମା ପାଦ ଧୂଳି

The Eternal Flame
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩୦ ଅକ୍ଟୋବର ୨୦୨୨

ମା’ ପାଦ ଧୂଳି
କେବେ ନୁହେଁ ମଳି
ଚନ୍ଦନ ନୁହେଁ ତା ସମ,
ମୁଣ୍ଡେ ଦେଲେ ବୋଳି
ଦୁଃଖ ଯାଏ ଚାଲି
ସଫଳ ହୁଏ କରମ.

ମା’ ର ପଣତ
ଆହା କି ଶାଶ୍ୱତ
ପୋଛି ନିଏ ଅବସାଦ,
ସେ ପଣତ ପୂତ
ତାହା ଶାନ୍ତି ସୂତ୍ର
ସେ ପୁଣି ଓଁ କାର ଶବ୍ଦ.

ମା’ ର ଶ୍ରୀକର
ମଧୁ ଝର ଝର
ତା ପରଶ ସଂଜୀବନୀ,
ଆଶରା ସେ କର
ପ୍ରଲେପ ସୁଖର
ଦିଏ ସେ ବିଶ୍ୱାସ ବୁଣି.

ମା’ ଚନ୍ଦ୍ର ମୁହଁ
ପବିତ୍ର ପଦୁଅଁ
ଦର୍ଶନରେ ମନ ମୋହେ,
ତା ହସନ୍ତୁ ମୁହଁ
ସୁସଜ୍ଜିତ ଦିଅଁ
ଶୋକ ଦୁଃଖ ହରି ନିଏ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ମୁହୂର୍ତ୍ତ
Literature

ମୁହୂର୍ତ୍ତ

by ପ୍ରଭୁକଲ୍ୟାଣ ମହାପାତ୍ର
September 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ସେପ୍ଟେମ୍ବର ୨୦୨୬ ସେ କିଭଳି ମୁହୂର୍ତ୍ତ ଥିଲା ତୁମରି ଦର୍ଶନ ପାଇଁ ଡ଼ୋର ଲାଗିଗଲା ବର୍ଷ ବର୍ଷର ଅଭୀଷ୍ଟ ପୂରଣ ହୋଇଲା...

Read more
ପକ୍ଷୀଘର।

ପକ୍ଷୀଘର।

September 19, 2026
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.