ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩୦ ଅକ୍ଟୋବର ୨୦୨୨
ମା’ ପାଦ ଧୂଳି
କେବେ ନୁହେଁ ମଳି
ଚନ୍ଦନ ନୁହେଁ ତା ସମ,
ମୁଣ୍ଡେ ଦେଲେ ବୋଳି
ଦୁଃଖ ଯାଏ ଚାଲି
ସଫଳ ହୁଏ କରମ.
ମା’ ର ପଣତ
ଆହା କି ଶାଶ୍ୱତ
ପୋଛି ନିଏ ଅବସାଦ,
ସେ ପଣତ ପୂତ
ତାହା ଶାନ୍ତି ସୂତ୍ର
ସେ ପୁଣି ଓଁ କାର ଶବ୍ଦ.
ମା’ ର ଶ୍ରୀକର
ମଧୁ ଝର ଝର
ତା ପରଶ ସଂଜୀବନୀ,
ଆଶରା ସେ କର
ପ୍ରଲେପ ସୁଖର
ଦିଏ ସେ ବିଶ୍ୱାସ ବୁଣି.
ମା’ ଚନ୍ଦ୍ର ମୁହଁ
ପବିତ୍ର ପଦୁଅଁ
ଦର୍ଶନରେ ମନ ମୋହେ,
ତା ହସନ୍ତୁ ମୁହଁ
ସୁସଜ୍ଜିତ ଦିଅଁ
ଶୋକ ଦୁଃଖ ହରି ନିଏ.