ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ମଇ ୨୦୨୩
ମା’ ତୁ ମୋ ପାଇଁ ଗୀତା ଭାଗବତ
ମା’ ତୁ ମୋ ପାଇଁ ଭାଷାର ସାହିତ୍ୟ
ମା’ ତୁ ମୋ ପାଇଁ ଶୀତଳ ବନାନୀ
ମା’ ତୁ ମୋ ପାଇଁ ମଧୁର ସଙ୍ଗୀତ.
ମା’ ତୁ ମୋ ପାଇଁ କଳ କଳ ଝର
ମା’ ତୁ ମୋ ପାଇଁ ବିଦ୍ୟାର ଭଣ୍ଡାର
ମା’ ତୁ ମୋ ପାଇଁ ଖୁସିର ଗନ୍ତାଘର
ମା’ ତୁ ମୋ ପାଇଁ ଫୁଲ ସରଗର.
ମୋର ନିତି ଦିନ ତୋତେ ସମର୍ପୁଛି
ମୋର କର୍ମ ଧର୍ମ ତୋ ଯୋଗୁଁ କରୁଛି
ମୋ ଦେହର ପ୍ରତି ଲୋମ କୂପ ମା’
ତୋ ସ୍ନେହ ଦାନରେ ପୂରୀ ଯାଇଅଛି.
ମୋର ଦେହ ମନ ସବୁରେ ତୋ ସ୍ପର୍ଶ
ମୋ ହୃଦୟ ତୁହି, ତୁହି ଵି ପ୍ରଶ୍ୱାସ
ମୋର ଶରୀର ର ପ୍ରତି ରକ୍ତ ବିନ୍ଦୁ
ଢାଳି ଦେବି ମା ହରିବି ତୋ କ୍ଳେଶ.
*******************************
ମାତୃ ଦିବସ ଅବସରରେ ବିଶ୍ୱର ସମସ୍ତ ମା ମାନଙ୍କ ପାଇଁ ହୃଦୟ ର ଗଭୀର ତମ ପ୍ରଦେଶ ରୁ ଝରି ପଡ଼ିଥିବା ମୋର ଏହି “ଶ୍ରଦ୍ଧାଞ୍ଜଳୀ”