• About
  • Contact
Sunday, August 2, 2026
Sunday, August 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମାଆର ମମତା, ଅସୀମ କ୍ଷମତା

ମାଆର ମମତା, ଅସୀମ କ୍ଷମତା
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୪ ମଇ ୨୦୨୩

ଅସୀମ କ୍ଷମତା, ରହିଛି ଦକ୍ଷତା
ଜଣା, ଅଜଣାଟି ସିଏ,
କେ କଳି ପାରିବ, ତାହାର ସ୍ଵଭାବ
ସର୍ବ ଶକ୍ତିମୟୀ ଟିଏ ll(1)
ମାଆର ମମତା, ସ୍ନେହ ଗଭୀରତା
ଗଭୀର, ସାଗର ସ୍ଥିତି
କଳି ହେବନାହିଁ, ସେହି ଭାବମୟୀ
ଜନନୀ ଜନମ ଦାତ୍ରୀ ll(2)
ସନ୍ତାନଟି ପାଇଁ, ସବୁ ବଳିଦେଇ
ତ୍ୟାଗ ତପସ୍ୱିନୀ ରାହା,
କେତେ କଥା ସହେ, ମନେ ନିନ୍ଦା ବହେ,
ଅଳି ଅରଦଳି ଯାହା ll(3)
ଦୁଃଖ ପାରାବାର, କରି ଆପଣାର
ସୁଖ ଶାମୁକାକୁ ଖୋଜେ,
ପୁଅ ଝିଅ ପାଇଁ, ସପନ ଦେଖଇ
କଳ୍ପନର ଗଡ଼ ଖୋଜେ ll(4)
ବାପା ଠାରୁ ମାଡ, କଥାପଦ ବଡ଼
ମଥାପାତି ଯାଏ ସହି,
ସନ୍ତାନଟି ପାଇଁ, ବିରୋଧୀ ସେ ହୋଇ
ଆତ୍ମ ସୁରକ୍ଷାକୁ ଦେଇ ll(5)
ଆକାଶର ତୋରା, ସୁଷମାରେ ଭରା
ସତେକି ସରଗ ପୁରୀ,
ମାଆ ଠାରୁ ବଳି, ନଯିବେ କେ’ବଳି
ଚଳନ୍ତି ଦେବୀ ସେ ନାରୀ ll(6)
ମାଆ ମନ, କୋଳ, ତା ହୃଦ ଅଂଚଳ
ଦୋଳି ଆଉ ଖେଳଘର
ନାହିଁ ତା ଉପାମା, ସେତ ଅନୁପମା
ନାହିଁ ତାକୁ ଅଳଙ୍କାର ll(7)
ରକତକୁ ବାଣ୍ଟି, ଗଢ଼ି ପିତୁଳାଟି
ଗରଭରେ ନବ ମାସ,
ଯତନସେ କରି, ବିଭୁଙ୍କୁ ସୁମରି
ଦିଏ ତାକୁ ଜୀବନ୍ୟାସ ll(8)
ପେଟକୁ ଚିହ୍ନଇ, ମନକୁ ଜାଣଇ
ପିଲାଙ୍କୁ ସାଇତି ରଖେ,
ନିଜେ ସେ ନଖାଇ, ପିଲାଙ୍କୁ ସେ ଦେଇ
ସ୍ନେହ ସରାଗର ସୁଖେ ll(9)
ମାତୃ ଦେବୀ ସିଏ, ଓଠେ ଭାଷା ଥୁଏ
ପ୍ରଥମ ଗୁରୁଟି ହୁଏ,
ସଭିଙ୍କୁ ଚିହ୍ନାଏ, ଦୁନିଆଁ ଦେଖାଏ
ଭଲ, ମନ୍ଦ କଥା କୁହେ ll(10)
ନରମ, କୋମଳ, ଅତି ପରିମଲଳ
ତରଳ, ସରଳ ସିଏ,
ସେହି ଅଦ୍ବିତୀୟ, ଶ୍ରେଷ୍ଠତାରେ ଜୟ
ପୂଜ୍ୟ ପୂଜା ପାଉଥାଏ ll(11)
କେତେ କଣ କଲେ, ମରତ ମଣ୍ଡଳେ
ସୁଝି ହେବ ନାହିଁ ଋଣ,
ମାଆ ନାହିଁ ଯାର, ଠାଆ ନାହିଁ ତାର
ହତଭାଗା ସିଏ ଜାଣ ll(12)
ସେହି ଭିତ୍ତି ଭୂମି, ପ୍ରଗତିକୁ ଚୁମି
ସନ୍ତାନ ଶିଖର ଛୁଏଁ,
ତାର ଅବଦାନ, କେତେ ମୂଲ୍ୟବାନ
କଳିକି ପାରିବ କିଏ ll(13)
ମାତୃ ଦିବସରେ, ସନ୍ତାନ ମନରେ
ହେଜୁ, ଭଜୁ ଏହି କଥା,
ଲୋକ ଦେଖାଣିଆ, ପ୍ରହସନ ଯାହା
ଛାଡ଼ି ଧରୁ ସେବା ପନ୍ଥା ll(14)
ଦୁନିଆଁର ସୁଖ, ସୌଭାଗ୍ୟ ଓ ଟେକ
ମାଆଠୁ ଆରମ୍ଭ ହୁଏ,
ଜୀବନ ଯାତରା, ପ୍ରାରମ୍ଭଟି ପରା
ପିଲାଙ୍କୁ ବାଟ ଦେଖାଏ ll(15)

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

You, Me and Tea
Literature

You, Me and Tea

by Sudipta Mishra
August 1, 2026

Sudipta Mishra, Puri, 1 August 2026 Every time I hold a cup of tea, I remember: there was a time,...

Read more
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.