• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଧୁ ପାର୍ବଣର ପ୍ରଥମ ଚରଣ (ଶୈଳପୁତ୍ରୀ)

ମଧୁ ପାର୍ବଣର ପ୍ରଥମ ଚରଣ (ଶୈଳପୁତ୍ରୀ)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୨ ମାର୍ଚ୍ଚ ୨୦୨୩

ତୁ ମୋର ହଜିଯାଉଥିବା
ଅସ୍ତିତ୍ବର ଚିମୁଟେ ବିଶ୍ୱାସ
ଶିଥିଳ ସ୍ନାୟୁରେ
ନବ ଉନ୍ମାଦନାର ପ୍ରତୀକ

ବୃଷାଋଢା ଶୈଳପୁତ୍ରୀ ତୁ
ମଧୁ ପାର୍ବଣରେ ବସନ୍ତର
ଅନନ୍ତକାଳୀନ ଅନୁଭବ ।।

ଦୀପ ଜାଳିବି ପଖାଳିବି ଲୁହ
ଆଖିରେ ଆଖିରେ
ସଜ କରିବି ସ୍ଥଳପଦ୍ମର ଆସର
ନା ମଲ୍ଲୀମାଳେ ଅଜାଡ଼ିବି
ମହକ
ନା ଜୀବନର କାମନା ବାସନାକୁ ।

ତୁ କହ କେମିତି ଯିବି
ତୋ ମନ୍ଦିର
ନବରାତ୍ରୀର ଉପାସନା ଯାଚି
ମୁଁ ତ ରାତିରାତି ଦିନଦିନ
ଅହମିକାର ଆବରଣେ ।

ମୋ ଭିତରେ କେଉଁ ଭାବମୟ
ସତ୍ତା ଉତୁରିଛି ଯେ……..
ବୁଝିଯିବ ତୋ ଦୀର୍ଘଦର୍ଶୀ
ଅଭୟ ତ୍ରୀଶୂଳ ଆଉ
କମଣ୍ଡଳୁର ସଞ୍ଜିବନୀ ପ୍ରାଣତତ୍ତ୍ବ ।

ତୁ ଏମିତି ରହି ଥାଆ ଚିରକାଳ
ମୋ ଛୋଟ ହଳେ ଆଖି କୋଣେ
ବୁନ୍ଦା ବୁନ୍ଦା ଅଶ୍ରୁରେ
ନିଃଶ୍ବାସ ନିଃସ୍ବ ହେବାଯାଏ ।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.