ସସ୍ମିତା ପଣ୍ଡା, କଟକ, ୨୫ ମାର୍ଚ୍ଚ ୨୦୨୩
ତୁ ମନ୍ଦହାସିନୀ
ସୂର୍ଯ୍ୟଲୋକ ସଂସ୍ଥିତା
ତୋ ହସରୁ ଉତ୍ପନ୍ନ ବ୍ରହ୍ମାଣ୍ଡ
ତୁ ଆଜି ଚତୁର୍ଥ ଚରଣେ
ଦଶଦିଗ ଉଦ୍ଭାସିତା କୁଷ୍ମାଣ୍ଡା ।
ମୋତେ ଥରେ ହଜିବାକୁ ଦେ’ତ
ତୋ ବଳୟ ଭିତରେ
ଛୁଇଁବାକୁ ଦେ’ତ
ତୋ ଶାର୍ଦ୍ଦୁଳବାହିନୀ ସ୍ବରୂପ କୁ ।
ମୂର୍ମୁଷ ପ୍ରାଣ ବଞ୍ଚିଯାଉ
ତୋ ଅମୃତ ଚେତନାରେ
ସଜାଡ଼ି ଦେବି ତୋ ପୂଜା ଥାଳୀ
ଜାଳି ଆସ୍ପୃହାର ଧୂପବତୀ
ମାନସିକ କରିନେବି
ଜନ୍ମଜନ୍ମ ପାଇଁ
ତୋ ଅମୃତ ପରଶ ।
ତୋ ଅନାହତ ଚକ୍ର
ମୋତେ ଜଣାନାହିଁ
କେଉଁ ବିନ୍ଦୁରେ ଲୟ ରଖିବି ଯେ
ମୁଁ ମାୟାର କୋହ ଆଉ ଲୁହର
ଭାବନା ଭିତରେ ଅଛି ।
ତୁ ଖୋଲିବୁ ସେ ଋଦ୍ଧଦ୍ବାର
ଉନ୍ମୋଚିତ କରିନେବୁ
ମୋ ଭିତରେ ଥିବା
ତୋ ପ୍ରେମକୁ
ସେଇ ମହାର୍ଘ ମୂହୁର୍ତ୍ତରେ………
ଆଜି ମଧୁ ପାର୍ବଣରୁ
ସଜାଇଲି ମନ ଉପବନେ
ତୋ ପାଇଁ ସଜ ମଧୁମାଳତୀ
ତୋତେ ଅନୁଭବୀବାକୁ
ପ୍ରତିକ୍ଷଣ ବିକି ଦେଲି
“ମୁଁ”କୁ ତୋ ହାତରେ ।
ମନେରଖିଥିବୁ ଖାଲି
ଏତିକି……….।