• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଧୁପାର୍ବଣ ନବମ ଚରଣେ (ମା ସିଦ୍ଧିଦାତ୍ରୀ)

ମଧୁପାର୍ବଣ ନବମ ଚରଣେ (ମା ସିଦ୍ଧିଦାତ୍ରୀ)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୩୦ ମାର୍ଚ୍ଚ ୨୦୨୩

ତୁ ଆଜି ପଦ୍ମାସନୀ
ଶଙ୍ଖ ଚକ୍ର ଶୋଭିତା
ଭକ୍ତି ମନସ୍କରେ
ଅମୃତ ଲାବଣ୍ୟମୟୀ
ମହାମାୟୀ ମା ସିଦ୍ଧିଦାତ୍ରୀ ।

ତୋ ଦୟାରେ
କ୍ଷଣକରେ ସୃଷ୍ଟି
ଆଉ କ୍ଷଣକେ ବିଲୟ
ଆଦ୍ୟାଶକ୍ତି ଅନ୍ନପୂର୍ଣ୍ଣା
ରହସ୍ୟମୟୀ ।

ଏ ସୃଷ୍ଟିର ନିଃଶ୍ବାସ ତୁ
ବିଶ୍ବାସ ବି ଏ ସୃଷ୍ଟିର
ହସ-ରସ ନିତି-ପ୍ରିତୀ
କେବଳ ତୁ ହିଁ ତୁ ।

ଆଜି କେଉଁ ଭକ୍ତି ଅର୍ଘ୍ୟ
ଅର୍ପଣ କରିବି କହ ମା,
ଯେଉଁଠି ନଥିବ ପାଇ
ନ ପାଇବାର ବ୍ୟର୍ଥତା,
ଥିବ ଖୁବ୍ ଗଭୀରତା
କିଛି ନୀରବତା
ଆଉ ତୁ ଆଦରରେ
ଆଉଜେଇ ନେଉଥିବୁ
ଲକ୍ଷେ ସୁବର୍ଣ୍ଣ ସମ୍ଭାବନା ତୋଳି ।

ମଧୁମାଳତୀ କୃଷ୍ଣଚୂଡ଼ା
ସଜ ମଲ୍ଲିକା କନିଅର
ଟଗର କି ସ୍ଥଳପଦ୍ମର ପାଖୁଡ଼ାରେ
ବିଞ୍ଚି ପାରିବି
ମୋ ଭିତରେ ଥିବା
ସ୍ବେଚ୍ଛାଚାର ।

କେଉଁ ଶୁଭ୍ର ସଳିତା ଜାଳିବି
ତୋ ନିରାଜନା ପାଇଁ
ପୂଜା ମଣ୍ଡପେ….?
ହେ ନିର୍ମାଣ ମୟୀ
ତୁ ଆଉଥରେ ଗଢ଼ି ଦେ
ମୋତେ ନୂଆକରି
ତୋ ଇଚ୍ଛାରେ…. ।

ନିରନ୍ଧ୍ର ଅନ୍ଧାର ଦୂରେଇ ଦେଇ
ନୂଆ ଏକ ଜଗତର
ସୁନା ସକାଳକୁ
ଯାଚି ଦିଅନ୍ତୁ ନି ?
ମୁଁ ଏମିତି ହେବାକୁ ଚାହେଁ ମା,
ଏ ମୋର ନୁହେଁ
କେବଳ ତୋ ଇଚ୍ଛା ହେଉ
ମୁଁ କେବଳ ନିମିତ୍ତ ମାତ୍ର ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.