• About
  • Contact
Sunday, September 13, 2026
Sunday, September 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଧୁପାର୍ବଣ ତୃତୀୟ ଚରଣେ (ମା ଚନ୍ଦ୍ରଘଣ୍ଟା)

ମଧୁପାର୍ବଣ ତୃତୀୟ ଚରଣେ (ମା ଚନ୍ଦ୍ରଘଣ୍ଟା)
Share on FacebookShare on Xshare on Whatsappshare on Linkedin

ସସ୍ମିତା ପଣ୍ଡା, କଟକ, ୨୪ ମାର୍ଚ୍ଚ ୨୦୨୩

ତୁ ମୋ ଦୃଢୋକ୍ତିର ଉଜ୍ଜ୍ବଳ ଆବେଶ
ସିଂହାଋଢା ଦଶଭୁଜା
ସଫଳ କୃତିର ପୂର୍ଣ୍ଣ ଶୋଭା ।
ଶକ୍ତ ସଶସ୍ତ୍ରରେ ସୁସଜ୍ଜିତ ତୁ ଆଜି
ତୋ ବିଭାବ ଶୁଦ୍ଧ ସୁବର୍ଣ୍ଣ ।

ତୁ ନାଦବ୍ରହ୍ମରେ
ଧାରଣ କରୁ ମସ୍ତକରେ ଚନ୍ଦ୍ରାକୃତି ଘଣ୍ଟା
ନିନାଦିତ ହେବାଯାଏ ଅପେକ୍ଷାରତ ମୁଁ
ମୋ ଭିତରେ ଜୀଇଥିବା
ଦାନବକୁ ସଂହାର ନିମନ୍ତେ
ତୁ ଆବିର୍ଭୁତା ହୋଇଛୁ ତ ।।

ମୁଁ ତୋ ମଣିଚକ୍ର ଯାଏ ଯାଇନି
କେନ୍ଦ୍ରୀଭୂତ କରିନି
ମନ ପ୍ରାଣ ଆତ୍ମାକୁ ।
ମୁଁ ତ ତୋ ପାଦତଳେ
ଦୀପଟିଏ ହୋଇ ଜଳିବାର
ଚରମ ତୃପ୍ତିକୁ ଆପଣେଇଛି ।

ତୁ ଏବେ ବସନ୍ତ ଉତ୍ସବରେ
ଖୁବ୍ ଚମତ୍କାର
ତୋତେ ଛାଡ଼ି ଏ ଜୀବନ
କେମିତି ଜୀଇଁହେବ ଯେ

ମୁଁ ତୋ ମନ୍ଦିର ଦୁଆରେ
ଜଗି ବସିଛି
ପାହିବାକୁ ରାତି ରାତି ନିଦ
ସାଇତିଛି ଜୀବନର ଅନେକ କୋଳାହଳ
କିନ୍ତୁ ଗଭୀର ନୀରବତାରେ
ତୁ ଅଛୁ ବୋଲି ମୁଁ
ଅନୁଭବ କରିସାରିଲିଣି ।।

ଫିଙ୍ଗି ପାରିବୁ ତୋ ଦରବାରରେ
ମୋ ଜଟିଳ ଆଉ କୁଟୀଳତାର
ଆବରଣକୁ
ସଂହାର କରିପାରିବୁ ମୋ ଭିତରର ଦାନବଲୀଳା ।।

ହଁ ତୁ ଏବେ ଆରାଧନା ହେଉଛୁ
ନବରାତ୍ରୀର ତୃତୀୟ ନୟନେ
ପାରିବୁ ଯଦି ତୋ ଅଭୟ ମୁଦ୍ରାକୁ
ଅଜାଡ଼ି ଦେ ତ
ମୋ ଅଜାଣତେ
ପାଇଯିବି ପରମପଦ।।

ଭଗବତୀ ଶକ୍ତିର ଅହେତୁକ କୃପାରେ
ଭସାଇ ନେ
ମୋତେ ସଂସାର ସମୁଦ୍ରରୁ
ତୋ ଭାବମୟୀ ମନ୍ତ୍ରେ
ଅଯାଚିତେ ଯାଚିଦେବୁ ବୋଲି
ମୁଁ ତୋ ଯୁଦ୍ଧାଭୀମୁଖୀ
ସ୍ବରୂପକୁ।
ଅପେକ୍ଷା କରିଛି ସତରେ
ଆଜୀବନ ତୋ ମହାମନ୍ତ୍ରରେ
ମୁଁ ବୁଡ଼ି ଯିବାର ଆନନ୍ଦ
କେଉଁ ପ୍ରାୟଶ୍ଚିତ ଲୋଡ଼ି ବସିବୁ
ମୋ ପାଖରୁ
ଏଇ ମଧୁପାର୍ବଣ ତିଥିରେ
ବସନ୍ତ ଦେହରୁ କାଳିମା ଲିଭାଇ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ବର୍ଷା ଭିଜା ରାତି(୨)
Literature

ବର୍ଷା ଭିଜା ରାତି(୨)

by ପ୍ରଭୁକଲ୍ୟାଣ ମହାପାତ୍ର
September 12, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୨ ସେପ୍ଟେମ୍ବର ୨୦୨୬ ବର୍ଷା ଭିଜା ରାତି ଅନ୍ଧାରରେ କୁଣ୍ଡା ଝଡ଼ା ବରଷା ବିନ୍ଦୁରେ ତନୁ ମୋର ଶିହରୀ ଉଠେରେ ତୁମ ସ୍ମୃତି...

Read more
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.