ଭକ୍ତ ଚରଣ ସାହୁ, ଯାଜପୁର, ୧୪ ସେପ୍ଟେମ୍ବର ୨୦୨୩
ତୋ’ ଆଖିରେ ଆଖି
ମିଶେଇ ଦେଏରେ
ଦେଖିବି ମୁଁ ତତେ ଦିବସ ରାତି ।
ଏଇ ଇଛା ମୋର
ପୂରଣ କରିଦେ
ମାଗୁଛି ମୁଁ ତତେ ଆଞ୍ଜୁଳି ପାତି ।। ଘୋଷା।।
ଘୋର କଳି କାଳେ
ଜନମ ଦେଲୁରେ
ଅସତ କର୍ମରେ ରହିଲା ମନ ।
ସତ୍ୟ ନ୍ୟାୟ ଧର୍ମ
ପାଖୁ ଚାଲିଗଲା
ଜାଣିଥାରେ ମୋର କାଳିଆ ଧନ ।।
ପାପ କଳଙ୍କରେ
କଳଙ୍କିତ ହେଲି
ସେଥିପାଇଁ ଦୁଃଖ ଭୋଗୁଛି ନିତି ।
ମାଗୁଛି ମୁଁ ତତେ ଆଞ୍ଜୁଳି ପାତି…. ।। ୧।।
ଦିନ କାଳ ମୋର
ସରି ଆସିଲାଣି
ଆଉ ବା ବଞ୍ଚିବି କେଇଟା ଦିନ ।
ଜାଣିଛି ପାପ ମୋ’
ବାଟ ଓଗାଳିବ
ଛୁଇଁ ପାରିବିନି ତୋ’ ପୂଣ୍ୟ ଧାମ ।।
ତୋ’ ଆଖିରେ ଆଖି
ମିଶି ରହିଥିଲେ
ଭଲେ ମୋ ଜୀବନ ହେବରେ ଇତି ।।
ମାଗୁଛି ମୁଁ ତତେ ଆଞ୍ଜୁଳି ପାତି….(୨)