ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଜାନୁଆରୀ ୨୦୨୫
ହେ ପ୍ରଭୁ ଦାରୁବ୍ରହ୍ମ ଦଧିବାମନ
ଘେନା ହେଉ ନିବେଦନ
ତୁମରି କୃପାରୁ ହେ ପରଂବ୍ରହ୍ମ
ଶୁଭେ ଯାଉ ଆଜଦିନ.
ଉତ୍ତରାୟଣ ହେଉ ପ୍ରଭୁ ସୂର୍ଯ୍ୟଙ୍କର
ସୁଖ ଶାନ୍ତି ଭରୁ ଜଗତରେ
ତୁମରି ଆଦେଶେ ଆହେ ଦାରୁବ୍ରହ୍ମ
ଭାଇଚାରା ବଢୁ ଏ ବିଶ୍ୱରେ.
ହିଂସା ଦ୍ୱେଷ ଭୁଲି ଏ ବିଶ୍ୱ ବାସିନ୍ଦା
ମାନବିକ ପ୍ରେମେ ରହୁ ସଦା
ଶାନ୍ତି ସଂପ୍ରୀତି ପ୍ରତିଷ୍ଠା ପାଇଁକି
ଅତିକ୍ରମୀ ଯାଉ ସମସ୍ତ ବାଧା.
ଏ ଜାତି ସଂସ୍କୃତି ସୁରକ୍ଷିତ ହେଉ
ଅନନ୍ତ କାଳକୁ ଯାଉ ବ୍ୟାପି
ବିଗତ କାଳର ଗୌରବ ବଞ୍ଚାଇ
ଜୟ ଜଗନ୍ନାଥ ଥାଉ ଜପି.
ତୁମରି ଆଜ୍ଞା ରେ ଚନ୍ଦ୍ର ସୂର୍ଯ୍ୟ ବାୟୁ
କରୁଛନ୍ତି ନିଜ ଧର୍ମ କର୍ମ
ମକର ସଂକ୍ରାନ୍ତି ପବିତ୍ର ଲଗନେ
ପ୍ରଣମଇ ପତିତପାବନ.
***
ମକର ସଂକ୍ରାନ୍ତି ସୂର୍ଯ୍ୟ ଦେବତାଙ୍କର ଉତ୍ତରାୟଣ ଅବସରରେ ଅଭିନନ୍ଦନ ଓ ଶୁଭକାମନା ସହିତ – “ଦେବେନ୍ଦ୍ର”