ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩୦ ମଇ ୨୦୨୩
ଯେତେବେଳେ ମୋର
ଜାମା ର ବୋତାମ ଛିଡ଼ିଯାଏ
ମନେ ପଡ଼ୁ ବୋଉ ତୁହି,
ଯେତେବେଳେ ମୋର
ଜାମା ରୁ କଲମ ହଜିଯାଏ
ମନେ ପଡ଼ୁ ବୋଉ ତୁହି,
ତୋ ପରି କାହାକୁ ପାଏ ନାହିଁ ମୁହିଁ
ବୋତାମ ସିଲାଇ କରିଦେବ ଆଉ
କଲମ ଖୋଜିବ ମୋହରି ପାଇଁ.
ଯେତେବେଳେ ମୋର
ଗୋଡ଼ ଖସି ମୁହିଁ ପଡ଼ିଯାଏ
ମନେ ପଡ଼ୁ ବୋଉ ତୁହି,
ଯେତେବେଳେ ମୋର
ଦୁଃଖ କଷ୍ଟ ଶୋକ ବଢ଼ି ଯାଏ
ମନେ ପଡ଼ୁ ବୋଉ ତୁହି,
ତୋ ପରି କାହାକୁ ପାଏ ନାହିଁ ମୁହିଁ
ଧୂଳି ଝାଡ଼ିଦେବ ଦେହରୁ ମୋହର
ଲୁହ ପୋଛି ଦେବ କାନି ବଢ଼ାଇ.
ଯେତେବେଳେ ମୋର
ପ୍ରେଚେଷ୍ଟା ବିଫଳ ହୋଇଯାଏ
ମନେ ପଡ଼ୁ ବୋଉ ତୁହି,
ଯେତେବେଳେ ମୋର
ସାହସ ଦୁର୍ବଳ ହୋଇଯାଏ
ମନେ ପଡ଼ୁ ବୋଉ ତୁହି,
ତୋ ପରି କାହାକୁ ପାଏ ନାହିଁ ମୁହିଁ
ସଫଳତା ମାର୍ଗ ଦେଖାଇବ ମୋତେ
କଥାରେ ସାହସ ଦେବ ବଢ଼ାଇ.
ଯେତେବେଳେ ମୋର
ସିଦ୍ଧାନ୍ତ ରେ ତ୍ରୁଟି ହୋଇଯାଏ
ମନେ ପଡ଼ୁ ବୋଉ ତୁହି,
ଯେତେବେଳେ ମୋର
ଲୋକ ଚି଼ହ୍ନିବାରେ ଭୁଲ ହୁଏ
ମନେ ପଡ଼ୁ ବୋଉ ତୁହି,
ତୋ ପରି କାହାକୁ ପାଏ ନାହିଁ ମୁହିଁ
ତ୍ରୁଟିକୁ ମୋହର ସୁଧାରି ଯେ ଦେବ
ପ୍ରକୃତ ମଣିଷ ଦେବ ଦେଖାଇ.