ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୬ ମାର୍ଚ୍ଚ ୨୦୨୪
ଚାଲିଥିଲା କସରତ
କରିବାକୁ ମେଣ୍ଟ,
ଆସନ, କ୍ଷମତା ନେଇ
ଛିଡ଼ିଲାନି ବାଣ୍ଟ || ୧ ||
ଜିଦରେ ଅଟଳ ରହି
(କେହି) ଛାଡ଼ିଲେନି ଆଣ୍ଟ,
ଛିଣ୍ଡି ପାରିଲା ନାହିଁ
(ତେଣୁ) ଏହି ଭାଗବାଣ୍ଟ || ୨ ||
କେ କହିଲା ମେଣ୍ଟ ହେଲେ
ହଲିଯିବ ଖୁଣ୍ଟ,
ଆରକେ କହିଲା ଆମର
ରହିବନି ବେଣ୍ଟ || ୩ ||
ଆଶାୟୀ ଚାହୁଁ ନଥିଲେ
ହେଉ ଏହି ମେଣ୍ଟ,
(କାରଣ) ଯୁଦ୍ଧ ପୂର୍ବରୁ ସେମାନଙ୍କ
ପୁରିଥାନ୍ତା କଣ୍ଟ || ୪ ||
ମେଣ୍ଟ ପାଇଁ ପଡ଼ୁଥିଲା
ଯେତିକି କୁହାଟ,
କର୍ମୀମାନେ କରୁଥିଲେ
ସେତିକି ଅଝଟ || ୫ ||
ମେଣ୍ଟ ବିବାଦର ଅନ୍ତ
ଖୋଲିଦେଲା ବାଟ,
ଶକ୍ତି ପ୍ରଦର୍ଶନ ପାଇଁ
(ଉଭୟେ) ହେବେ ଛଟପଟ || ୬ ||
ନିର୍ବାଚନୀ ପଡ଼ିଆରେ
ଚାଲିବରେ ନାଟ,
ଭୋଟର ଦେଖିବେ ଏବେ
ଗଣତନ୍ତ୍ର ହାଟ || ୭ ||