ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୬ ଜୁନ୍ ୨୦୨୪
ମୋ ବାପା !
ମୋ ବାପା ମୋହର ଶିକ୍ଷା ଦୀକ୍ଷା ଗୁରୁ
ଜୀବନ ଯୁଦ୍ଧର ଅସ୍ତ୍ର ଗୁରୁ,
ମୋ ବାପା ମୋହର ଯାତ୍ରା ପଥ ଗୁରୁ
ଜୀବନ ଭାଷାର ଶବ୍ଦ ଗୁରୁ.
ମୋ ବାପା !
ମୋ ବାପା ମୋହର ଖେଳ କୁଦ ସାଥୀ
ଜୀବନର ହସ କାନ୍ଦ ସାଥୀ,
ମୋ ବାପା ମୋହର ଅଭିମାନ ସାଥୀ
ଜୀବନ ସମସ୍ୟା ନାଶ ସାଥୀ.
ମୋ ବାପା !
ମୋ ବାପା ମୋହର ଧନର ଭଣ୍ଡାର
ଜୀବନ ଜ୍ଞାନର ଭଣ୍ଡାର,
ମୋ ବାପା ମୋହର ସମଗ୍ର ଭଣ୍ଡାର
ଜୀବନ ସୁଗନ୍ଧ ଭଣ୍ଡାର.
“ବିଶ୍ୱ ପିତୃ ଦିବସ” ରେ