ଭକ୍ତ ଚରଣ ସାହୁ, ଯାଜପୁର, ୦୫ ସେପ୍ଟେମ୍ବର ୨୦୨୨
ନରଦେହେ ତୁମେ
ଗୁରୁ ନାରାୟଣ
ମୋ ସବୁଠୁ ବଡ଼ ।
ତୁମ ଆଶୀର୍ବାଦ
ପାଇ ମୁଁ ଜିଣୁଛି
ଏଇଯେ ସଂସାର ଗଡ଼ ।।
ଆଜି ମୁଁ ହୋଇଛି ଯାହା ।
ତୁମରି ଆଶିଷ
ବିନା ଆହେ ଗୁରୁ
ହୋଇ ମୁଁ ନ ଥାନ୍ତି ତାହା ।।
ତୁମ ଆଶିଷର
ହାତ ମୋ ମଥାରେ
ନିରନ୍ତର ରହିଥାଉ ।
“ଗୁରୁ ବ୍ରହ୍ମା ଗୁରୁ
ବିଷ୍ଣୁ ମହେଶ୍ୱର..”
ତୁଣ୍ଡ ମୋର ସଦା ଗାଉ ।।
ଚରଣେ ଏତିକି ଅଳି ।
ଆଜିର ଦିନରେ
ଶୁଭାଶିଷ ଦିଅ
ହେବି ମୁଁ ଆରୁଣୀ ଭଳି ।।