ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ଜୁନ୍ ୨୦୨୪
ମୋହନ ଶାସନ ଯୁଗର ହୋଇଛି ଆରମ୍ଭ
ତୋଳିବାକୁ ହେବ ତାକୁ ବହୁ କୀର୍ତ୍ତିସ୍ତମ୍ଭ
ସର୍କାର ସାମ୍ନାରେ ରହିଛି ଅନେକ ଆହ୍ୱାନ
ସେଥିପ୍ରତି ସଯତ୍ନେ ରଖିବାକୁ ହେବ ଧ୍ୟାନ
ଶିଳ୍ପ ପ୍ରତିଷ୍ଠା ଜରିଆରେ ବେକାରୀ ହଟାଯିବ
ଭ୍ରଷ୍ଟାଚାରୀଙ୍କୁ ସଜ୍ଜା ଦେଇ ଜେଲ ପଠାଯିବ
ରତ୍ନଭଣ୍ଡାର ଚାବି ରହସ୍ୟ ହେବ ଉନ୍ମୋଚନ
କମିଶନ ରିପୋର୍ଟ କରାଯିବ ସାର୍ବଜନୀନ
ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରାଯିବ
ବିକାଶର ଗତି ଦୁଇ ଗୁଣ ବଢ଼ାଯିବ
ପଚାଶ ବର୍ଷର ସମସ୍ୟା ହେବ ସମାଧାନ
ଭୋଟର ମନେ ଜଗାଯିବ ନୂତନ ସ୍ପନ୍ଦନ
ଲୋକଙ୍କୁ ମିଳିଛି ଏଭଳି ଅନେକ ପ୍ରତିଶୃତି
ଅପେକ୍ଷା ସେସବୁ କେବେ ହେବ ଫଳବତୀ
ଚବିଶ ବର୍ଷ ସର୍କାରର ଘଟିଛି ସମାପ୍ତି
ଲୋକଙ୍କ ମନେ ଆଣିଛି ବିପୁଳ ଆଶ୍ଵସ୍ତି
ଲୋକଙ୍କ ସର୍କାର ଭାବେ ଗଢ଼ାଯିବ ଛବି
ଓଡ଼ିଶାରେ ଉଦ୍ଭାସିତ ହେବ ନୂଆ ରବି