• About
  • Contact
Monday, September 14, 2026
Monday, September 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୋହନ ଦାସ କରମ ଚାନ୍ଦ ଗାନ୍ଧୀ — “ମହାତ୍ମା ଗାନ୍ଧୀ”

ମୋହନ ଦାସ କରମ ଚାନ୍ଦ ଗାନ୍ଧୀ — “ମହାତ୍ମା ଗାନ୍ଧୀ”
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ୨ ଅକ୍ଟୋବର ୨୦୨୨

“ମୋହନ” ବଜାଇ ମୋହନ ବଇଁଶୀ
ସମ୍ମୋହନ ସ୍ୱର କରି ବାହାର
କୀଟ ପତଙ୍ଗ ଠୁ ମାନବ ପର୍ଯ୍ୟନ୍ତ
ସର୍ବେ ବଶୀଭୂତ ଶୁଣି ସେ ସ୍ୱର.
ପ୍ରେମ ଭାତୃତ୍ୱର ଅମୃତ ମୂର୍ଚ୍ଛନା
ତୋଳୁଥିଲେ ସେହି ନଟ ନାଗର,
ତାଙ୍କ ବାଣୀ ଥିଲା ପବିତ୍ର ସ୍ବର୍ଗୀୟ
ମାନି ନେଉଥିଲେ ବ୍ରଜର ନର.
କର୍ମ ର ପ୍ରବକ୍ତା ଥିଲେ ସେ ମୋହନ
ତାଙ୍କ ମୁଖ ଗୀତା କହେ ସେ କଥା
ଗୀତା ଉଚ୍ଚାରଣ ଆହା କି ମହାର୍ଘ୍ୟ
ହରିନିଏ ଭବ ଯାତନା ବ୍ୟଥା.

ବିଭୁ ଆଶୀଷ ରୁ ଜନ୍ମ ତୁମ ବାପୁ
ମାତା ପିତା ଦେଲେ ନାମ ମୋହନ
ବଂଶୀ ସ୍ଵନ ପରି ତୁମ ଡାକରା
ଛୁଇଁ ଗଲା ସବୁ ହୃଦୟ ମନ.
ଅହିଂସା ଟା ଥିଲା ତୁମ ଅନ୍ତଃସ୍ୱର
ସେ ସ୍ୱର ବାନ୍ଧିଲା ଭାରତ ବାସୀ
ସ୍ୱାଧୀନତା ପାଇଁ ଅହିଂସା ସଂଗ୍ରାମ
ଦୁର୍ବଳ କରିଲା ବ୍ରିଟିଶ ଅସୀ.
କର୍ମ ର ପୂଜାରୀ ତୁମେ ଜାତି ପିତା
କର୍ମ ଥିଲା ତୁମ ଉପାସନା
ତୁମ ନାମ ଧନ୍ୟ ହେ “ମୋହନ ଦାସ
କରମ ଚାନ୍ଦ” ବୋଲି ଉଡଇ ବାନା.

ଶ୍ରୀକୃଷ୍ଣ ମୋହନ ପରି ହେ ମୋହନ
ମହାତ୍ମା ବୋଲିଣ ପୂଜେ ଏ ଦେଶ
ତୁମ ଉଦ୍ଭାବନ ଅହିଂସାର ମାର୍ଗ
ଶ୍ରେଷ୍ଠ ମାର୍ଗ ବୋଲି କହୁଛି ବିଶ୍ୱ.
ବିଶିଷ୍ଟ ବିଜ୍ଞାନୀ ଆଇନଷ୍ଟାଇନ
ତୁମ ପାଇଁ ଦେଲେ ଶ୍ରେଷ୍ଠ ମନ୍ତବ୍ୟ
“ରକ୍ତ ମାଂସ ଧାରୀ ତୁମେ ଥିଲ ବୋଲି
ପରତେ ଯିବନି ବିଶ୍ୱ ସରବ.”

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ସିଏପା ବୁଦ୍ଧିଦାତା
Literature

ସିଏପା ବୁଦ୍ଧିଦାତା

by ଭକ୍ତ ଚରଣ ସାହୁ
September 14, 2026

ଭକ୍ତ ଚରଣ ସାହୁ, ଯାଜପୁର, ୧୪ ସେପ୍ଟେମ୍ବର ୨୦୨୬ ରାତି ପାହିକି ସକାଳ ହେଲେ ସରଗ ଛାଡି ଯିଏ । ମରତେ ଆସି ପାଇବେ ପୂଜା ଜାଣିଛ...

Read more
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.