• About
  • Contact
Friday, June 13, 2025
Friday, June 13, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୁହଁ ହୋଇଯାଏ ବଙ୍କା

ମୁହଁ ହୋଇଯାଏ ବଙ୍କା
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର,୧୩ ଜାନୁଆରୀ ୨୦୨୩

ସରକାରଙ୍କର
ଅଧିକାରୀ ହୋଇ
ଆୟ ବହିର୍ଭୁତ ଅର୍ଥ ।
ଠୁଳ କରିଦେଲେ
ଭିଜିଲାନ୍ସ ବାଲା
ଯାଇ କରିଦିଏ ବ୍ୟର୍ଥ ।।
ଜବତ ହୁଅଇ ଟଙ୍କା ।
ଅଧିକାରୀ ଯାଏ
ଜେଏଲ ହାଜତ
ମୁହଁ ହୋଇଯାଏ ବଙ୍କା ।।

ଧରାଯିବା ପୂର୍ବୁ
କଥା ହେବା ବେଳେ
ପଡୁଥିଲା ହାତ ଯୋଡ ।
ଧରାଯିବା ପରେ
ସେ ଅଧିକାରୀଙ୍କ
ନ ଥାଏଟି ଆଉ ତୋଡ ।।
ବଦଳି ଯାଏରେ ମୋଡ଼ ।
ଜେଏଲ ହାଜତ
ଚାହିଁ ରହିଥାଏ
ପଶିବାକୁ ତାଙ୍କ ଗୋଡ ।।

ଲାଞ୍ଚ ନେଇ ଧରା
ପଡିବା ଘଟଣା
ଶୁଣି ବନ୍ଧୁ ପରିବାର ।
ଲାଜ ଅପମାନେ
ମୁହଁ ତଳ କରି
ସମୟ କରନ୍ତି ପାର ।।
ଖୁସି ଥିଲା ଯେଉଁ ଘରେ ।
ସେହି ଘରେ ଖାଲି
ନୈରାଶ୍ୟ ଖେଳିଲା
ଜେଏଲ ପଶିବା ପରେ ।।

ସରକାରଙ୍କର
ବିଭିନ୍ନ ବିଭାଗେ
ବଡ଼ ଚାକିରିଟେ କରି ।
ମୋଟା ଅଙ୍କର ତ
ଦରମା ପାଉଛ
ମନ ଯାଉଥିବ ଭରି ।।
ପୁଣି ଲୋଭ କର କାହିଁ ?
ଜେଏଲ ଯାଇକି
ଇଜ୍ଜତ ହରାଅ
ଲଜ୍ୟା ଟିକେ ଲାଗୁ ନାହିଁ ।।

ଏଇ ଲାଞ୍ଚ ନେଇ
ଜଣ ପରେ ଜଣେ
ଧରା ପଡୁଛନ୍ତି ଏବେ ।
ଏକଥା ଜାଣିକି
ତଥାପି ଚେତୁନ
ବୁଦ୍ଧି ହେବ ଆଉ କେବେ ?
କଥାଟେ କହୁଛି ଶୁଣ ।
ଏହି କାମ କଲେ
ତୁମ ଚରିତ୍ରରେ
ରହିଯିବ ଗୋଟେ ଖୁଣ ।।

ଯେତିକି ପାଉଛ
ସେତିକିରେ ତୁମେ
ସନ୍ତୁଷ୍ଟ ହୋଇକି ରୁହ ।
ସତ୍ୟ ପଥେ ରହି
ପିଲାଙ୍କୁ ତୁମର
ଏପଥେ ଯିବାକୁ କୁହ ।
ନ ହେଲେ ଭୋଗିବ ଦୁଃଖ ।
ଲାଞ୍ଚ ନେଇ ତୁମେ
ଯେତେ ଯାହା କଲେ
ମିଳିବ ନାହିଁଟି ସୁଖ ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ
Literature

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

by ଦେବେନ୍ଦ୍ର କୁମାର ସାହୁ
June 11, 2025

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ଜୁନ ୨୦୨୫ ହେ ଲୀଳାମୟ ପ୍ରଭୁ ପରଂବ୍ରହ୍ମ ବିଜୟ ସ୍ନାନ ମଣ୍ଡପରେ ସେ ମଣ୍ଡପ ଧନ୍ୟ ବରଷକେ ଥରେ ତୁମକୁ...

Read more
ବିକଶିତ ଓଡ଼ିଶା

ବିକଶିତ ଓଡ଼ିଶା

June 10, 2025
ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

June 9, 2025
ଯାହା କହିବାର ଅଛି

ଯାହା କହିବାର ଅଛି

June 9, 2025
କାବ୍ୟ ଗଡ଼ର ନାୟକ

କାବ୍ୟ ଗଡ଼ର ନାୟକ

June 6, 2025
ଆହେ ମହାବାହୁ

ଆହେ ମହାବାହୁ

June 3, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.