• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନବରାତ୍ର(ଚନ୍ଦ୍ରଘଣ୍ଟା)

ନବରାତ୍ର(ଚନ୍ଦ୍ରଘଣ୍ଟା)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, ୨୮ ସେପ୍ଟେମ୍ବର ୨୦୨୨

ତୁମେ ଚନ୍ଦ୍ରଘଣ୍ଟା ତୃତୀୟ ବିଭାବ
ଶୀତଳତା ମହାପର୍ବ ।
ବିରୋଧାଭାସର ନିଦାଘ ତଟେ ମୁଁ
ମାଗୁଥିବା ଆଶିର୍ବାଦ ।।

ତୁମେ ଶ୍ରୀମସ୍ତକ ଧାରଣ ଘଣ୍ଟାରେ
ନାଦବ୍ରହ୍ମ ସ୍ବରୂପିଣୀ ।
ମୁଁ ତୁମ ଶ୍ରଦ୍ଧାର କରୁଣା ଶବ୍ଦରେ
ପାର୍ବଣର ପୂଜାରିଣୀ ।।

ତୁମେ ଦଶଭୁଜା ସ୍ବର୍ଣ୍ଣିମ ଆଭାରେ
ପଶୁପତି ବାହନରେ ।
ଝରିଆସୁଥିବା ଅଶ୍ରୁର ଅଳି ମୁଁ
ତୁମ ଚାରୁଚରଣରେ ।।

ତୁମେ ଶ୍ରୀ ସୌମ୍ୟା ସୌନ୍ଦର୍ଯ୍ୟ ସୁଷମା
ଜଗତ କଲ୍ୟାଣମୟୀ ।
ନୀଳ କୁମୁଦର ନିବିଷ୍ଟ ମୁଦ୍ରା ମୁଁ
ତୁମରି ଚରଣ ଧ୍ୟାୟୀ ।।

ତୁମେ ମହାବେଶ ବର୍ଣ୍ଣିଳ ଆୟୁଧେ
ବିଚିତ୍ର ବେଷ୍ଟିନୀ ଶୋଭା ।
ପ୍ରତି ନିଃଶ୍ବାସର ନିଃଶବ୍ଦ ଆୟୂ ମୁଁ
ତୁମ ଶ୍ରୀପୟରେ ବନ୍ଧା ।।

ତୁମେ ଅଖଣ୍ଡ ଜ୍ୟୋତିରେ ଜ୍ୟୋତିର୍ମୟୀ ମାଆ
ଅଭୟର ବରଦାନ ।
ଭୟ ସଂକୁଚିତ ସଂକୀର୍ଣ୍ଣ ପଥରେ
ଯାତ୍ରା ମୋର ଲକ୍ଷ୍ୟହୀନ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

‌ତାରକ ଦା’ (ଭାଗ ୫୪)
Literature

‌ତାରକ ଦା’ (ଭାଗ ୫୪)

by Manas Ranjan Mahapatra
December 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫ ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ। ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ...

Read more
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.