ସସ୍ମିତା ପଣ୍ଡା, ୩୦ ସେପ୍ଟେମ୍ବର ୨୦୨୨
ତୁମେ ସ୍କନ୍ଧମାତା ଅଖିଳ ପ୍ରାଣରେ
ମମତାର ସଞ୍ଜିବନୀ ।
ଅବୋଧ ଶିଶୁର ଅବୁଝା ମନ ମୁଁ
ତୁମ ନାମ ପ୍ରତଧ୍ବନି ।।
ତୁମେ ଆହ୍ଲାଦିନୀ ସ୍ନେହର ପରଶ
କୋଳେ ସ୍କନ୍ଧ ଭଗବାନ ।
ମୁଁ ଆସ୍ପୃହାର ଫୁଲମାଳାଟିଏ
ଲୋଡେ ତୁମ ଆଲିଙ୍ଗନ ।।
ତୁମେ ଚତୁର୍ଭୁଜା ଅଭୟ ମୁଦ୍ରାରେ
ସୌହାର୍ଦ୍ଦ୍ୟ ମଣ୍ଡିତା ରୂପ ।
ମୁଁ ଟଳମଳ ପାଦେ ବାଟଚାଲୁଥିବା
ଏହି ସଂସାରର ପଥ ।।
ତୁମେ କମଳର ସୁକୋମଳ ସ୍ପର୍ଶ
ସୁହାସିନୀ କ୍ଷମାମୟୀ ।
ମୁଁ ଯଥାକ୍ରମେ ଅଭ୍ୟାସ ଯୋଗରେ
ଖୋଜେ ତୋ ପଣତ ଛାଇ ।।
ତୁମେ ସୂର୍ଯ୍ୟ ମଣ୍ଡଳର ଅଧିଷ୍ଠାତ୍ରୀ ମା
ମାତୃରୂପୀ ସର୍ବନାମ ।
ବିଶୁଦ୍ଧ ଚକ୍ରର ବ୍ୟାକୁଳ ଆତ୍ମା ମୁଁ
ଲୋଡୁଥିବା ତୁମ ପ୍ରେମ ।।