• About
  • Contact
Wednesday, November 19, 2025
Wednesday, November 19, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନମସ୍ୟା ସତୀ “ସାବିତ୍ରୀ”

ନମସ୍ୟା ସତୀ “ସାବିତ୍ରୀ”
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୯ ମଇ ୨୦୨୩

ନିଜର ସତୀତ୍ୱ ପରାକାଷ୍ଠା ପାଇଁ “ସାବିତ୍ରୀ” ପୂଜିତ ଶରଧାରେ
ନାରୀ ଟି ପତିର ଦୀର୍ଘାୟୁ ପାଇଁକି
“ସାବିତ୍ରୀ” ନାମରେ ବ୍ରତ କରେ.
ପୁରାଣ ପ୍ରସିଦ୍ଧା ସେ ସତୀ “ସାବିତ୍ରୀ”
ଅନୁକରଣୀୟା ଚରିତ୍ର ଟିଏ
ଧର୍ମ ପତ୍ନୀ ରୂପେ ଅନନ୍ୟ ଚରିତ୍ର
ବିଶ୍ୱ ଯାହାଙ୍କର ବନ୍ଦନା ଗାଏ ।
***
ପ୍ରାଣପ୍ରିୟା ପତ୍ନୀ ପ୍ରଭୁ ଶିବଙ୍କର
ସହିପାରିଲେନି ପତିଙ୍କ ନିନ୍ଦା
ପ୍ରାଣ ତ୍ୟାଗ କଲେ “ସତୀ” ଯଜ୍ଞ କୁଣ୍ଡେ
ମାନିଲେନି କିଛି ବନ୍ଧନ ବାଧା ।
**
ଆଉ ଜଣେ ସତୀ ଅନସୂୟା ଥିଲେ
ଦେଖାଇ ଦେଲେ ସେ ସତୀ ର ବଳ
ପତିଙ୍କ ଜୀବନ କରିଲେ ସେ ରକ୍ଷା
ଋଷି ଅଭିଶାପ କଲେ ନିର୍ବଳ ।
***
“ବୃନ୍ଦାବତୀ” ନିଜ ସତୀତ୍ୱ ଧର୍ମରେ
ରକ୍ଷା କରୁଥିଲେ ପତି ଜୀବନ
ଛଳନା ରେ ତାଙ୍କ ସତୀ ଧରମ କୁ
ନଷ୍ଟ କରିଦେଲେ ଶ୍ରୀନାରାୟଣ ।
ବୃନ୍ଦା ଅଭିଶାପ ମୁଣ୍ଡ ପାତି ପ୍ରଭୁ
ଗ୍ରହଣ କରିଲେ ଯୁଗ ଯୁଗକୁ
ବୃନ୍ଦା ଙ୍କ ସତୀତ୍ୱ ଗାଥା ଗାଏ ବିଶ୍ୱ
ଅଛି ରହିଥିବ କାଳ କାଳକୁ ।
***
ସତୀ ସୀତାଙ୍କର ତ୍ତପ୍ତ ନିଶ୍ୱାସ ରେ
ରାବଣ ବିନାଶ ହେଲା ସବଂଶେ
ସତୀ ଯାଜ୍ଞସେନୀ ଅପମାନ ପାଇଁ
କୌରବ ବିନାଶ ହୋଇଲେ ଶେଷେ ।
***
ନାରୀର ସତୀତ୍ୱ କେଡେ ମହନୀୟ
ପୁରାଣ ଶାସ୍ତ୍ର ରେ ଅଛି ବର୍ଣ୍ଣନା
ଏ ବିଶ୍ୱେ ରହିଛି ଯେତେ ରତ୍ନ ଖଣି
ନାରୀ ସତୀତ୍ୱ ର ନୁହେଁ ତୁଳନା ।

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଚାଷୀ
Literature

ଚାଷୀ

by ପ୍ରଭୁକଲ୍ୟାଣ ମହାପାତ୍ର
November 18, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୫ ଚାଷୀକୁ କହୁଛୁ ଅନ୍ନଦାତା ଆମେ କୃଷିକୁ ବୋଲାଉ ମୁଖ୍ୟ ବେଉସା, ଧାନ ଛଡା ସବୁ ଖାଦ୍ୟ ଶସ୍ୟ ପାଇଁ...

Read more
ଅମ୍ରିତା ପ୍ରୀତମ୍: ଏକ ଶ୍ରଦ୍ଧାଞ୍ଜଳି (ଭାଗ ୫୦)

ଅମ୍ରିତା ପ୍ରୀତମ୍: ଏକ ଶ୍ରଦ୍ଧାଞ୍ଜଳି (ଭାଗ ୫୦)

November 17, 2025
Address

Address

November 15, 2025
କିଛି କଥା

କିଛି କଥା

November 11, 2025
ଗାନ୍ଧୀ ସ୍ମୃତି

ଗାନ୍ଧୀ ସ୍ମୃତି

November 6, 2025
ଅନନ୍ତ ଜୀବନଯାତ୍ରର ଆରମ୍ଭ (ଭାଗ ୪୮)

ଅନନ୍ତ ଜୀବନଯାତ୍ରର ଆରମ୍ଭ (ଭାଗ ୪୮)

November 4, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.