• About
  • Contact
Tuesday, October 13, 2026
Tuesday, October 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନବରାତ୍ର (ଶୈଳପୁତ୍ରୀ)

ନବରାତ୍ର (ଶୈଳପୁତ୍ରୀ)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, ୨୮ ସେପ୍ଟେମ୍ବର ୨୦୨୨

ତୁମେ ନୈବେଦ୍ୟର ଶୁଭ୍ର ପବିତ୍ରତା
ମୁଁ ସ୍ପନ୍ଦନର ଉଚ୍ଚାରଣ ।
ତୁମେ ବୃଷାଋଢା ଦିବ୍ୟ ଦରବାରେ
ମୁଁ ଆପେକ୍ଷିକ ଆମନ୍ତ୍ରଣ ।।

ଅଭୟ ତ୍ରୀଶୂଳେ ଦୀର୍ଘଦର୍ଶୀ ତୁମେ
ମୁଁ ଆତ୍ମ ପ୍ରତ୍ୟୟର ବାସ୍ନା
ତୁମେ ହିମବାନ ତନୁଜା ପାର୍ବତୀ
ମୁଁ ପୁଷ୍ପାଞ୍ଜଳି ନିରାଜନା ।।

ତୁମେ କମଳର ସଦ୍ୟ ଅଳଙ୍କୃତା
ମୁଁ ପଦ୍ମପତ୍ର ଜଳ ବିନ୍ଦୁ
ତୁମେ ପ୍ରସନ୍ନତା ଚିନ୍ମୟୀର ସୁଧା
ମୁଁ ମହଣେ ମୋହର ସିନ୍ଧୁ ।।

ତୁମେ ଶୈଳପୁତ୍ରୀ ଆଦ୍ୟ ନବରାତ୍ରେ
ମୁଁ ଯେ ଜିଜ୍ଞାସାର ପୁଷ୍ପ ।
ତୁମେ ସିଦ୍ଧିପ୍ରଦା ଜ୍ଞାନମୟୀ ମନ୍ତ୍ର
ମୁଁ ଭକତିର ଅବଶେଷ ।

ତୁମେ ସୁଧାମୟୀ ଶଇଳ ନନ୍ଦିନୀ
ମୁଁ ବିଶ୍ବାସର ଆବରଣ ।
ତୁମେ ଶାରଦୀୟ ପୂଣ୍ୟ ଅବତୀର୍ଣ୍ଣା
ମୁଁ ଅଭିପ୍ସାର ପାରାୟଣ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ନିଆରା ମଣିଷ : ଶରତ ବାବୁ
Literature

ନିଆରା ମଣିଷ : ଶରତ ବାବୁ

by ବିଜୟ କୁମାର ପାଣି
October 12, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୨ ଅକ୍ଟୋବର ୨୦୨୬ ଧୋତିକୁ ପଞ୍ଜାବୀ ଭାରି ମାନୁଥିଲା ଓଡ଼ିଆର ବେଶ ଭୂଷା । ହସ ହସ ମୁଖେ ମିଠା...

Read more
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
ଚଷମା

ଚଷମା

September 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.