ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୩ ଜାନୁଆରୀ ୨୦୨୫
ଓଡିଶା ର ପାଣି ପବନ ଗଢ଼ିଛି
ଓଡିଶା ଦେଇଛି ଶିକ୍ଷା ଦୀକ୍ଷା
ଶିକ୍ଷାରେ ତ ଶ୍ରେଷ୍ଠ ଥିଲ ନେତାଜୀ
ଦୀକ୍ଷା ଥିଲା କିନ୍ତୁ ଦେଶ ରକ୍ଷା।
ଦେଶଭକ୍ତଙ୍କର ମାଗିଥିଲ ରକ୍ତ
ଦେବାପାଇଁ ତାଙ୍କୁ ସ୍ୱାଧୀନତା
ତୁମର ବ୍ୟକ୍ତିତ୍ୱ ନଭସ୍ପର୍ଶୀ ଥିଲା
ମନ୍ତ୍ର ପରି ଥିଲା ତୁମ କଥା।
ତୁମର ହୁଙ୍କାର ଥିଲା ବଜ୍ର ପରି
ବିଦେଶୀ କଳ ଗଲା ଦୋହଲି
ତୁମ ପ୍ରତି ତାଙ୍କ ବଢିଗଲା ଭୟ
ତୁମରି ନାମ ଜପିଲେ ଖାଲି।
ତୁମ ପାଇଁ ସ୍ନେହ ଶ୍ରଦ୍ଧା ଗର୍ବ ବହି
ଡାକିଲେ ତୁମକୁ ନେତାଜୀ ନାମେ
ତୁମପରି ଜଣେ ନାହିଁ ଭାରତରେ
ଜୀବନ ଦେବ ଯେ ଦେଶର ପ୍ରେମେ।