ସସ୍ମିତା ପଣ୍ଡା, କଟକ, ୨୭ ଅଗଷ୍ଟ ୨୦୨୪
ଦିବ୍ୟ ସେହି ପାଦପଦ୍ମ
ଲୋଡୁଥିଲା କୋମଳ ସ୍ବୀକୃତି
ଥାପିବାକୁ ଭୂ ସ୍ବର୍ଗରେ ମଧୁର ଆଶ୍ଳେଷ
ଆଦ୍ୟଶକ୍ତି ଅପରୂପା ଅମୃତ ଆହ୍ଲାଦେ ।।
ଚେଇଁ ଥିଲା କୃଷ୍ଣପକ୍ଷ
ଡାକିଥିଲା ଚାରିମେଘ
ଧୋଇବାକୁ ଧରାପରୁ ପାପ
ମୁକୁଳାଇ ଲୌହପାଶ
ଭବ୍ୟ ଆଲୋକରେ ….
କଢାଇଲା ପଥ
ମଥୁରାରୁ ଗୋପ ।।
ପବିତ୍ର ଧରଣୀକୁ କରି ଆଲିଙ୍ଗନ
ପ୍ରକଟିତ ମହାଜ୍ୟୋତି….
ନୀଳଦେହୀ କୋଟି ନୀଳନିମନ୍ତ୍ରଣେ
ଲୁଟିଲା ସେ ଘନ ତମସାର ନିଦ
ପୂର୍ଣ୍ଣଗର୍ଭା ହୋଇଲା ଜମୁନା
ଉଛୁଳି ଉଠିଲା ଏକୂଳ ସେ କୁଳ ।।
ରୋହିଣୀ ନକ୍ଷତ୍ର ଲେଖିହେଲା
ପୃଥିବୀ କପାଳେ….
ଆଦ୍ର ଅଧୀରତା ମାଖି ଭାଦ୍ରକୃଷ୍ଣ ପକ୍ଷ
କଂସ ଶିଳା ମାପିନେଲା ବିଜୁଳିର ବେଗ
ଶୂନ୍ୟତାର ଶ୍ରୁତିପଟେ
ଦିବ୍ୟ ଦୈବୀବାଣୀ
ଧର୍ମ ସଂସ୍ଥାପନା ଅର୍ଥେ
ଚରମ ସନ୍ଦେଶ ।।