ସସ୍ମିତା ପଣ୍ଡା, କଟକ, ୧ ଡିସେମ୍ବର ୨୦୨୨
କହିନି କାହାକୁ କିନ୍ତୁ ଚିହ୍ନ ଦେଇ
ତୋ ମିଠା ଜହର କଥା ।
ତଥାପି ତଥାସ୍ତୁ ବିଛାଇ ଦେଇଛି
ଦେବିନାହିଁ ବୋଲି ବ୍ୟଥା ।।
ଓଠର ଉହାଡେ ଆଜିଯାଏ ଯାହା
ଯତନେ ଅଛି ସାଇତା ।।
ଅସ୍ତରାଗ ଭରା ଅସ୍ତିତ୍ଵର ଜ୍ବାଳା
ଶୋକ ଭରେ ଦୀର୍ଘଶ୍ବାସ।
ଗୋପନ ଗୋଧୂଳି ଧୂସର ଧୁଆଁରେ
ଆୟୂ ଯେତେ ଅବଶିଷ୍ଟ ।
ଫାଶୀ ପାଉ ପଛେ ଫୁଙ୍ଗୁଳା ଫଗୁଣ
ଇତି ହେଉ ଉପନ୍ୟାସ ।।
ପିନ୍ଧାଇନି ତୋତେ କଳଙ୍କର ସେଇ
କରୁଣ କୁଙ୍କୁମ
ଲଜ୍ଜାର ଲାଞ୍ଛନା ଦେଇ
ବାସ୍ତୁ ନିୟମରେ ବାସ୍ତବତା ତୋର
ଧୀରେଧୀରେ ଯାଏ
ଦୂର ଦିଗନ୍ତକୁ ଛୁଇଁ ।।