• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନିର୍ବାଚନ ଫଳ

ନିର୍ବାଚନ ଫଳ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ଜୁନ୍ ୨୦୨୪

ଚବିଶ ନିର୍ବାଚନ ରାଜ୍ୟକୁ ଦେଇଚି ହଲାଇ
ଚବିଶ ବର୍ଷର ସରକାର ହୋଇଚି ଧରାଶାୟୀ
ବୁଝିପାରିଲାନି ଶାସକ କ୍ଷମତାରେ ଥାଇ
ଅଚାନକ କେମିତି ଖସିଲା ପାଦ ତଳ ଭୂଇଁ ।। ୧ ।।

ବିପର୍ଯ୍ୟୟର କାରଣ ନିରେଖିବା ପାଇଁ
କସରତ କରିବ କମିଟି ଗଭୀରକୁ ଯାଇ
କମିଟି ରିପୋର୍ଟ ଦେବ ଗୋଡ଼ହାତ ଧୋଇ
ସେତେବେଳକୁ ଦଳ ପଡ଼ିଥିବ ଶୋଈ ।। ୨ ।।

ଗଣତନ୍ତ୍ର ଶାସନକୁ ସମାଧି ଚଢାଇ
ଜଣତନ୍ତ୍ର ବ୍ୟବସ୍ଥାକୁ ଦଳ ଆପଣେଇ
ବାବୁରାଜ ମାଧ୍ୟମରେ ଶାସନ ଚଳାଇ
ଭାବିଥିଲା ଲୋକଙ୍କର ମନ ଯିବ ଛୁଇଁ ।। ୩ ।।

ଅସ୍ମିତା ମୁଦ୍ଦାରେ ଏଠି ଲୋକଙ୍କୁ ଭିଜାଇ
ବେକାରୀ ପ୍ରସଂଗରେ ଯୁବବର୍ଗଙ୍କୁ ରଗାଇ
ରତ୍ନଭଣ୍ଡାର ସମ୍ପର୍କରେ ସନ୍ଦେହ ଘନେଇ
ବିରୋଧୀ ସର୍କାରଙ୍କୁ ପୁରା ଦେଲାରେ ଫସାଇ ।। ୪ ।।

କ୍ଷମତା ହାରିବା ବ୍ୟଥା ହୃଦୟେ ଲୁଚାଇ
ବିରୋଧୀ ଭୂମିକା ଏବେ ଭଲରେ ନିଭାଇ
କାମ କରିବାକୁ ପଡ଼ିବ ଦିନ ରାତି ଧାଇଁ
ତେବେ ଯାଇ ଭୋଟରଙ୍କ ମନ ପାରିବ ଭୁଲାଇ ।। ୫ ।।

ବିଚିତ୍ର ଏ ନିର୍ବାଚନ, ବିସ୍ମୟ ଏ ଭାରତ ଭୂଇଁ
ଜିତିବା ଦଳ ମୁହଁରେ ବିଷାଦର ଛାଇ
ହାରିବା ଦଳ ଉଲ୍ଲାସେ ନାଚେ ଗୀତ ଗାଇ
ନିର୍ବାଚନ ଫଳକୁ କେହି ବୁଝି ପାରେ ନାହିଁ ।। ୬ ।।

ସଶକ୍ତ ବିରୋଧୀ ଦଳ ରହିଛି ଅନାଇଁ
ଶାସକର ଅହଂକାର ଦେବାକୁ ହଜାଇ
ଭୋଟର ସର୍କାରକୁ ଏଥର ରଖିଛି ଝୁଲାଇ
ସଂଖ୍ୟା ଗରିଷ୍ଠତାର ଗର୍ବ ନେଇଛି ଛଡ଼ାଇ ।। ୭ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଚିହ୍ନ
Literature

ଚିହ୍ନ

by ପ୍ରଭୁକଲ୍ୟାଣ ମହାପାତ୍ର
October 13, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬ କିଛି ଚିହ୍ନ ଲିଭିଯାଏ ସମୟ ସୁଅରେ ଆଉ କିଛି ନିଶ୍ଚିହ୍ନ ହୁଏ ଅଳ୍ପ ଦିନରେ ବାକି କିଛି ଲିଭିବାକୁ...

Read more
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.