ସସ୍ମିତା ପଣ୍ଡା, କଟକ, ୮ ଡିସେମ୍ବର ୨୦୨୨
ହେ ସମୟ …..
ତୁ ଆଉ କହିବୁନି
ମୋତେ ଅସ୍ତ ଅତୀତର ଗପ
ଜାଳିବୁନି ଆଉ କେବେ
ଅଧୁଆ ଅନ୍ଧାରରେ ଦୀପ ।
ମୋ ଗପ ଲମ୍ବିଛି ବଗିଚାରୁ
ବନସ୍ତ ଯାଏଁ ପରସ୍ତ ପରସ୍ତ ।।
ତୁ ଲେଖିବୁନି ଆଉ ଶୀତଳ ଶତାବ୍ଦୀରେ
ମୋ ପାଇଁ ପଦିଏ କବିତା ।
ପଢିବୁନି ସୀମାତୀତ ଗୋଧୂଳିର
ଦିନାନ୍ତର ବାର୍ତ୍ତା ।
ମୋ କବିତା ନିସର୍ଗରେ ପାଲଟିଛି
ସେଇ ଲଗ୍ନେ ନଷ୍ଟ ନୀହାରୀକା ।।
ଚେଇଁବୁନି ଆଉ କେବେ ମୋ ପାଇଁ
ସ୍ମୃତିର ଶବଦେ
ପୋଷ ପୋଷ ଅବଶୋଷ
ତନୁର ତାପରେ
ମର୍ମଭେଦୀ ମୁଲକରେ
ମୁଁ ଖାଲି ଶେଷକଥା ପଦେ ।।