ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨ ଜାନୁଆରୀ ୨୦୨୪
ନୂଆ ବର୍ଷ କାହା ପାଇଁ
ନବ ସଂକଳ୍ପର ଦିନ,
ଆଉ କାହା ଲାଗି ତାହା
ଅବସର ବିନୋଦନ ।
ପ୍ରେମୀ ଯୁଗଳଙ୍କ ମନେ
ଭରେ ସୁନେଲି ସପନ,
ବ୍ୟର୍ଥ ପ୍ରେମିକ ବକ୍ଷେ
ତୋଳେ ଅଜଣା କମ୍ପନ ।
ପ୍ରିୟା ଲାଗି ପରା ଏହା
ପ୍ରୀତି ଭିଜା ମଧୁ ଜହ୍ନ,
ମୋ ହୃଦୟେ ଆଙ୍କିଦିଏ
ଅପାସୋରା ସ୍ମୃତି ଚିହ୍ନ ।
ସେତ ଶ୍ରୀ ଜଗନ୍ନାଥଙ୍କର
ବେନି ଚକା ନୟନ,
ଯାହା ବିଶ୍ୱ ବ୍ରହ୍ମାଣ୍ଡେ
ଖେଳାଏ ଅନନ୍ୟ ସ୍ପନ୍ଦନ ।