• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପାହାଡ଼ ତଳି ଗାଆଁଟି ମୋର

ପାହାଡ଼ ତଳି ଗାଆଁଟି ମୋର
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨୮ ସେପ୍ଟେମ୍ବର ୨୦୨୩

ପାହାଡ଼ ତଳି, ଗାଆଁଟି ମୋର,
ଶ୍ୟାମଳ ତରୁ କୋଳରେ ଘର,
ସୁଷମା ଭରା, ଅତି ନିଜର,
ଦେଖଇ ତାକୁ ନିଇତି ମୁହିଁ,
ତା’ପାଦ ଛୁଇଁ, ଯାଉଛି ବହି,
ବଂଶଧାରା ନଈଟି ଚେଇଁ,
ଅମୃତ ଧାରା, ଜୀବନ ଦେଇ,
ମନ ଗହନ, ସ୍ମୃତିଟି ସେହି ।। (1)

ନାହିଁ ଅମଙ୍ଗ, ସବୁରି ସାଙ୍ଗ,
ଉଦାର ହସ୍ତ ଜଳ ତରଙ୍ଗ,
ଦେଇ ସେ ସୁଖ ଦୁଃଖଟି ଭାଙ୍ଗ
ସବୁରି, ଆଶା, ଭରସା କର,
ତା’ ଦୁଇ କଡ଼େ, କ୍ଷେତଟି ମାଡ଼େ,
ଶସ୍ୟ ପ୍ରାନ୍ତର ଜୀବନ ଗଢ଼େ,
ଦେଇ ଜୀବିକା, ରାହାଟି ବାଢ଼େ,
ସବୁରି ଆଶା ଭରସା ଘର ।। (2)

ଝାଟି, ମାଟିରେ, କେତେ ଯେ ଘର,
ଛଣ, ଛପର ଛାତ ଚାଦର,
ଶୀତଳ ଛୁଆଁ, ଆରାମକର,
ସୁଲୁ ସୁଲିଆ ଧୀର ପବନ,
ଗାଉଁଳି ପିଲା, ଖେଳି ବୁଲିଲା,
ଗାଈ, ବାଛୁରୀ, ଛେଳି ଧରିଲା,
ପ୍ରକୃତି କୋଳେ ବିଭୋର ହେଲା,
ନିତି ନଦୀରେ, କରିଲା ସ୍ନାନ ।। (3)

ଧରି କେ ମୀନ, ଅତି ଯତନ,
କାଙ୍କଡ଼, ଛତୁ, ଖୋଜଇ ପୁଣ,
ଫଳ, ମୂଳ ଓ ପତରେ ଧ୍ୟାନ,
ଘର ଅଭାବ ବୋଝ ବୋହିଣ,
ଘସି, ଗୋବର, କାଠ, ପତର
ବାସ ପାଶରେ ଗଦା କାହାର,
ସଞ୍ଚିତ ମନ, ଯତନ କା’ର,
ଶ୍ରମରେ ଘୁରି ପାହାଡ଼ ବନ, ।। (4)

ସରଳ ମନ, ପାହାଡ଼ି ଜନ,
କୁଟିଳ ବୁଦ୍ଧି, ଜଟିଳ ଜ୍ଞାନ,
ଚିର ନିଦ୍ରାରେ, ସେଜ ପାରିଣ,
ଆଧୁନିକକୁ କରି ଜୁହାର,
ଜୀବନ ଚର୍ଯ୍ୟା, ଲାଗୁଛି ମଜା,
ଦୁଃଖ, ସୁଖରେ ସବୁ ପରଜା,
ହାତରେ ହାତ, ସେନେହେଁ ଖଞ୍ଜା
ସମୟ ସ୍ରୋତ କରନ୍ତି ପାର ।। (5)

ଯୋଜନା ଆସେ ଯୋଜନା ଯାଏ,
କାନଟି ଶୁଣେ, ହାତ ନପାଏ,
ବାଟ ମାରଣା, ଖଣ୍ଡିଆ ହୁଏ,
ପଲ୍ଲୀ ବିକାଶ କଥାକୁ କହି,
ଆକାଶ କଇଁଆ, ଚିଲିକା ମାଛ,
ମିଳନ ଆଶା, ହେଉଛି ତୁଚ୍ଛ,
ଅପପୃଷ୍ଟିଟି, ପ୍ରଗତି ଗଛ,
ଗତି କଛପ, ସବୁଠି ପଛ, ।। (6)

ବିଳାସ, ଭୋଗ, କରୁଛି ଯୋଗ,
ସନ୍ୟାସ ବ୍ରତ, ତାହାର ସାଙ୍ଗ,
ଶ୍ରମ ବିଶ୍ୱାସୀ, ଶ୍ରମ ହିଁ ସ୍ୱର୍ଗ,
ଅତି ଆପଣା, ଗୁରୁ ମନ୍ତ୍ରର,
ଯଦି ମାନିବେ, କରିବେ ପୂଜା
ଗଲେ ଭରସା, ଦେବେଟି ସଜ୍ଜା,
ହୋଇ ନିଷ୍ଠୁର, ନିଜେ ହିଁ ରଜା
ମନ ଗଣ୍ଠିଟି, ସୁଦୃଢ଼ କାର ।। (7)

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.