ଭକ୍ତ ଚରଣ ସାହୁ, ଯାଜପୁର, ୨୦ ମାର୍ଚ୍ଚ ୨୦୨୫
କେଡେ ଆନନ୍ଦରେ
ପଖାଳ ଦିବସ
ଆନନ୍ଦରେ ଆଜି ପାଳୁ ।
ପଖାଳ ସାଥିରେ
ପିଆଜ ପକାଇ
କଲୁ ଚକଟାର ଆଳୁ ।।
ତା’ସାଥିରେ ବଢି ଚୁରା ।
ସକାଳୁ ସକାଳୁ
ପରିବାର ସହ
ଖାଇ ଦେଲୁ ପେଟ ପୁରା ।।
ଗିରିଷମ ଋତୁ
ଧରା ଛୁଇଁଦେଲେ
ଟାଇଁ ଟାଇଁ ମାରେ ଖରା ।
ଭାରି କଷ୍ଟ ଦିଏ
ସେହି ଟାଣ ଖରା
ସହି ପାରୁ ନାହୁଁ ପରା ।।
ସେବେଳେ ଗରମ ଭାତୁ ।
ସମ୍ପର୍କ ତୁଟାଇ
ଆମେରେ ଓଡ଼ିଆ
ପଖାଳ ପ୍ରେମରେ ମାତୁ ।।
ଯେତେ ରକମର
ପଖାଳ ରହିଛି
ସଭିଙ୍କୁ ସୁଆଦ ଲାଗେ ।
ସଜ, ବାସୀ, ଚାଇଁ
ଦହି ପଖାଳ ଯେ,
ଖାଇବାକୁ ମନ ଜାଗେ ।।
ସବୁ ପଖାଳ ତ ବାସେ ।
ଖାଇ ଦେଇ ଟାଙ୍କେ
ତୋରାଣି ପିଇଲେ
ଚାହୁଁ ଚାହୁଁ ନିଦ ଆସେ ।।
ଓଡ଼ିଆ ସଂସ୍କୃତି
ପରମ୍ପରା ସହ
ଜଡିତ ପଖାଳ ଭାତ ।
କାହିଁ କେଉଁ କାଳୁ
ରହିଅଛି ସିଏ
ହେବା ଦିନ ଠାରୁ ଜାତ ।।
ଗର୍ବ କରୁ ତାହା ପାଇଁ ।
ଯେତେବି ସୁସ୍ୱାଦୁ
ଖାଦ୍ୟ ଖାଉ, ହେଲେ
ତାକୁ ଭୁଲିଯିବୁ ନାହିଁ ।।