ସସ୍ମିତା ପଣ୍ଡା, କଟକ, ୨୦ ମାର୍ଚ୍ଚ ୨୦୨୩
ଭାବମୟ ସେହି
ଅଲିଭା ସ୍ବାକ୍ଷର
ପ୍ରତିଟି ଅଣୁରେ ଛନ୍ଦ ।
ବିମୋହିତ ସଦା
ସମ୍ପର୍କ ବନ୍ଧନ
ଗଭୀରତା ଅନୁଭବ ।।
ଋତୁ ପୁଲକରେ
ବାସ୍ତବତା ଛବି
ନିଗାଡିଛ ପରିଚୟ ।
ସଂସ୍କୃତି କୋଳରେ
ମୁଗ୍ଧ ପରିଭାଷା
ହୋଇଛି ଗୌରବ ମୟ ।
ଭାବ ଉଲ୍ଲାସର
ଜୀବନ ତରଙ୍ଗ
ପଖାଳ କଂସାରେ ଢେଉ ।
ପ୍ରତି ପ୍ରାଣେ ଆଙ୍କେ
ସୁଧା ସଞ୍ଜିବନୀ
ଲୁଟିଛି ଭୋକର ଦାଉ ।।
ଅନ୍ନପୂର୍ଣ୍ଣା ରୂପେ
ସଜାଡ଼ି ଦେଇଛି
ହୃଦୟ ତଳର ଆଶା ।
ବତୁରା ସ୍ନେହରେ
ଭରି ଦେଇଅଛି
କେବେଠୁ ଜୀଇବା ନିଶା ।
କୋଟି ଓଡ଼ିଆ ଙ୍କ
ମଉଡ଼ମଣି ସେ
ହୃଦୟ ଲାବଣ୍ୟ ନିଧି ।
ସିଦ୍ଧ ଉପଚାରେ
ଲାଗି ହୋଇଥାଏ
ତା ପାଖେ ପଖାଳ ବିଧି ।
ମାନସ ପଟଳେ
ନିଃସର୍ଗ ଉଲ୍ଲାସ
ବିସ୍ମୟ ସେ ଭାବଧାରା ।
ଭକ୍ତ ପାଇଁ ସେତ
ମନ୍ମୟ ମଞ୍ଜୁଳ
ପ୍ରତି ପ୍ରାଣେ ଅପାସୋରା ।।
କେବେ ଖୁଦଭଜା
ପ୍ରିୟ ପ୍ରଲୋଭନେ
ସମ୍ମୋହନ ହସ୍ତାକ୍ଷର ।
ଘିଅ ପଖାଳରେ
ଶ୍ରେଷ୍ଠ ଉଦ୍ଦୀପନା
ଅନନ୍ୟ ନମୁନା ଧାର ।