ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୭ ମଇ ୨୦୨୩
ପାପ କରିବାକୁ ଇନ୍ଦ୍ରିୟ ମୋହର
କରିଥାଏ ପ୍ରରୋଚିତ,
ପାପରୁ ମିଳଇ ସମ୍ପଦ ଆନନ୍ଦ
ପାପ ଲାଗଇ ଉଚିତ.
ଆହେ ପ୍ରଭୁ ଜଗନ୍ନାଥ
ସଦବୁଦ୍ଧି ମୋର ହୃଦୟେ ଜଗାଅ
ମନ ହେଉ ପୂଣ୍ୟ ଗତ.
ମଣିଷ କରିବ ପାପ ତା ଜୀବନେ
ତୁମେ ଚାହୁଁଛକି ନାଥ
ପାପ ଭାରା ଯଦି ହୋଇବ ଅଧିକ
କି ଲାଭ ପ୍ରଭୁ କୁହତ
ସବୁ ତ ତୁମ ଆୟତ୍ତ
ସଂସାରେ ଅଶାନ୍ତି ବଢ଼ି ଯିବ ସିନା
ସୁକର୍ମ ହୋଇବ ହତ.
ହୃଦୟ ରେ ପ୍ରଭୁ ଜ୍ଞାନାଲୋକ ଜଳୁ
ହଟିଯାଉ ପାପ ଅମା,
ମଣିଷ ଯେ ହେତୁ ସନ୍ତାନ ତୁମର
କର ତା’ର ପାପ କ୍ଷମା,
ନ ରହୁ ପାପ ଚେତନା
ସୁ ଚିନ୍ତା ସୁ କର୍ମେ ଜୀବନ ଟା ଭରୁ
ସେ ହେଉ ଅମୃତ କର୍ମା.