• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପ୍ରଚଣ୍ଡ ଅହଙ୍କାର, ପତନର ଦ୍ୱାର

ପ୍ରଚଣ୍ଡ ଅହଙ୍କାର, ପତନର ଦ୍ୱାର
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ବୁଦୁରା, ଗଜପତି, ୧୮ ମଇ ୨୦୨୫

ପ୍ରଚଣ୍ଡ ଅହଂକାର, ମନେ ଭରପୁର
ନଖରୁ, ନାସିକା ଯାଏ
ଭାବି ବଡ଼ ଲୋକ, ସବୁରି ମାଲିକ
ଟେକ ଟାଣ କଥା କୁହେ ll
ପତନର ଦ୍ୱାର, ଭବିଷ୍ୟ ଅନ୍ଧାର
ସବୁରି ଅଳିଆ ସେହି,
କିଏ ଟେକେ ନାକ, କିଏ ମୁଡ଼େ ମୁଖ
ନିକୃଷ୍ଟ ଆଖ୍ୟାଟି ଦେଇ ll
ସବୁ ସେ’ ଜାଣଇ, ମହା ଜ୍ଞାନୀ ସେହି
ନାହିଁ ସରି ସମ କେହି,
ଓଠରୁ ଝରଇ, ଅହଂକାର ନଈ
ଭାଷାରେ ସଞ୍ଜମ ନାହିଁ ll
ଅବିଜ୍ଞତା ଅନ୍ଧ, କରେ ଶ୍ୱାସ ରୁଦ୍ଧ
କରେ ନୀଚମନା ତାକୁ,
ହଜାରେ କୁହଇ, ଗୋଟିଏ ରେ ନାହିଁ
ହୋଇ ବଡ଼, ଅଲାଜୁକୁ ll
କୂପ ମଣ୍ଡୁକଟି, ଖୋଲି ନିଜ ପାଟି
କଟର କଟର କେଏଁ,
କୂପ ତାର ସ୍ୱର୍ଗ, ସେହି ଦିଗ ବାଗ
ତାକୁ ଦେଖି ଫୁଲୁ ଥାଏ ll
କାଲା ଆଗେ ମୂଳା, ଚୋବାଇବା କଳା
ମୂର୍ଖଠି ପଣ୍ଡିତ କହେ,
ବୃଥା ବାହାଦୁରି, ବଚନରେ ମାରି
ଅନ୍ଧାରେ ବାଡ଼ି ବୁଲାଏ ll
ଦେଖିନି ଦୁନିଆ, ଜଗତର କାୟା
ସୁବିସ୍ତୃତ ରୂପ ଛଇ,
ଅଛନ୍ତି ପ୍ରତିଭା, ଜ୍ଞାନୀ ଗୁଣୀ ଆଭା
ଅହଙ୍କାରୀ, ଜାଣେ ନାହିଁ ll
କେରାଣ୍ଡିର ତେଜ, ଡେଇଁବାର କାର୍ଯ୍ୟ
ଅଳପ ପାଣିରେ ରହି,
ଗଭୀର ଜଳରେ, ରୋହି ରହି ପାରେ
ନିରବ, ନିଶ୍ଚଳ ହୋଇ ll
ଫମ୍ପା ମାଠିଆର, ସବଦର ସ୍ୱର
ଶୁଭେ ଡିବି ଡିବି ଘରେ,
ଜଳ ପୂର୍ଣ୍ଣ ଗରା, ଧୀରରେ ନିଶ୍ଚଳ
ଦେଇ ନୀର ତୃଷା ହାରେ ll
ନାଗ ସାପ କେବେ, ଦିଏ ନାହିଁ ଧରା
ଦମ୍ଭ, ଧଇର୍ଯ୍ୟରେ ରୁହେ
ହେଲେ ଆବଶ୍ୟକ, ପ୍ରତାପର ମୁଖ
ଦେଖାଇ ଡରାଇ ଦିଏ ll
ଧଣ୍ଡା ସାପ ଟିଏ, ମୋଟାରୋଟା ଦେହେ
ବାହାର ରୂପ ସୁନ୍ଦର
ଚିକଣ, ଚାକଣ, କଖାରୁର ବଡ଼ି
ଜନ ଦେଖି ଥରହର ll
ପ୍ରତିଭା ନିର୍ଝର, ଆପେ ନିରନ୍ତର
ଆକଟ ମାନେନେ କା’ର,
ଦେଖି ସେ ମଉକା, ଯାଏ ଏକା ଏକା
ଖୋଜି ପଥ ବହୁ ଦୂର ll
ନୋହି ବାକ୍ୟ ବୀର, କାମରେ ତତ୍ପର
ହୋଇବାଟି ଭଲ କଥା,
ପ୍ରଚାର ବିହୀନ, କାମଟିର ମାନ
ଡେଇଁ, ଡେଇଁ ଯିବ ହତା ll
ନିଜ ଢୋଲ ପିଟି, କଲେ ବଡ଼ ପାଟି
କିଆଵା ସେଥିରେ ଲାଭ ?
ପାଗଳର ଆଖ୍ୟା, ହୋଇ ଯିବ ଯୋଖା
ଏକଥା ହିଁ ସାର ହେବ ll
ହେବ ଲୋକହସା, ହଜିବ ଭରସା
କମି ଯିବ, ଓଜ ତେଜ
ମୁହଁ ମୋଡ଼ି ଯିବେ, ହେୟ ଭାବି ନେବେ
କହିବେ ଏହି ନିର୍ଲଜ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.