• About
  • Contact
Tuesday, October 13, 2026
Tuesday, October 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପ୍ରଚଣ୍ଡ ଅହଙ୍କାର, ପତନର ଦ୍ୱାର

ପ୍ରଚଣ୍ଡ ଅହଙ୍କାର, ପତନର ଦ୍ୱାର
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ବୁଦୁରା, ଗଜପତି, ୧୮ ମଇ ୨୦୨୫

ପ୍ରଚଣ୍ଡ ଅହଂକାର, ମନେ ଭରପୁର
ନଖରୁ, ନାସିକା ଯାଏ
ଭାବି ବଡ଼ ଲୋକ, ସବୁରି ମାଲିକ
ଟେକ ଟାଣ କଥା କୁହେ ll
ପତନର ଦ୍ୱାର, ଭବିଷ୍ୟ ଅନ୍ଧାର
ସବୁରି ଅଳିଆ ସେହି,
କିଏ ଟେକେ ନାକ, କିଏ ମୁଡ଼େ ମୁଖ
ନିକୃଷ୍ଟ ଆଖ୍ୟାଟି ଦେଇ ll
ସବୁ ସେ’ ଜାଣଇ, ମହା ଜ୍ଞାନୀ ସେହି
ନାହିଁ ସରି ସମ କେହି,
ଓଠରୁ ଝରଇ, ଅହଂକାର ନଈ
ଭାଷାରେ ସଞ୍ଜମ ନାହିଁ ll
ଅବିଜ୍ଞତା ଅନ୍ଧ, କରେ ଶ୍ୱାସ ରୁଦ୍ଧ
କରେ ନୀଚମନା ତାକୁ,
ହଜାରେ କୁହଇ, ଗୋଟିଏ ରେ ନାହିଁ
ହୋଇ ବଡ଼, ଅଲାଜୁକୁ ll
କୂପ ମଣ୍ଡୁକଟି, ଖୋଲି ନିଜ ପାଟି
କଟର କଟର କେଏଁ,
କୂପ ତାର ସ୍ୱର୍ଗ, ସେହି ଦିଗ ବାଗ
ତାକୁ ଦେଖି ଫୁଲୁ ଥାଏ ll
କାଲା ଆଗେ ମୂଳା, ଚୋବାଇବା କଳା
ମୂର୍ଖଠି ପଣ୍ଡିତ କହେ,
ବୃଥା ବାହାଦୁରି, ବଚନରେ ମାରି
ଅନ୍ଧାରେ ବାଡ଼ି ବୁଲାଏ ll
ଦେଖିନି ଦୁନିଆ, ଜଗତର କାୟା
ସୁବିସ୍ତୃତ ରୂପ ଛଇ,
ଅଛନ୍ତି ପ୍ରତିଭା, ଜ୍ଞାନୀ ଗୁଣୀ ଆଭା
ଅହଙ୍କାରୀ, ଜାଣେ ନାହିଁ ll
କେରାଣ୍ଡିର ତେଜ, ଡେଇଁବାର କାର୍ଯ୍ୟ
ଅଳପ ପାଣିରେ ରହି,
ଗଭୀର ଜଳରେ, ରୋହି ରହି ପାରେ
ନିରବ, ନିଶ୍ଚଳ ହୋଇ ll
ଫମ୍ପା ମାଠିଆର, ସବଦର ସ୍ୱର
ଶୁଭେ ଡିବି ଡିବି ଘରେ,
ଜଳ ପୂର୍ଣ୍ଣ ଗରା, ଧୀରରେ ନିଶ୍ଚଳ
ଦେଇ ନୀର ତୃଷା ହାରେ ll
ନାଗ ସାପ କେବେ, ଦିଏ ନାହିଁ ଧରା
ଦମ୍ଭ, ଧଇର୍ଯ୍ୟରେ ରୁହେ
ହେଲେ ଆବଶ୍ୟକ, ପ୍ରତାପର ମୁଖ
ଦେଖାଇ ଡରାଇ ଦିଏ ll
ଧଣ୍ଡା ସାପ ଟିଏ, ମୋଟାରୋଟା ଦେହେ
ବାହାର ରୂପ ସୁନ୍ଦର
ଚିକଣ, ଚାକଣ, କଖାରୁର ବଡ଼ି
ଜନ ଦେଖି ଥରହର ll
ପ୍ରତିଭା ନିର୍ଝର, ଆପେ ନିରନ୍ତର
ଆକଟ ମାନେନେ କା’ର,
ଦେଖି ସେ ମଉକା, ଯାଏ ଏକା ଏକା
ଖୋଜି ପଥ ବହୁ ଦୂର ll
ନୋହି ବାକ୍ୟ ବୀର, କାମରେ ତତ୍ପର
ହୋଇବାଟି ଭଲ କଥା,
ପ୍ରଚାର ବିହୀନ, କାମଟିର ମାନ
ଡେଇଁ, ଡେଇଁ ଯିବ ହତା ll
ନିଜ ଢୋଲ ପିଟି, କଲେ ବଡ଼ ପାଟି
କିଆଵା ସେଥିରେ ଲାଭ ?
ପାଗଳର ଆଖ୍ୟା, ହୋଇ ଯିବ ଯୋଖା
ଏକଥା ହିଁ ସାର ହେବ ll
ହେବ ଲୋକହସା, ହଜିବ ଭରସା
କମି ଯିବ, ଓଜ ତେଜ
ମୁହଁ ମୋଡ଼ି ଯିବେ, ହେୟ ଭାବି ନେବେ
କହିବେ ଏହି ନିର୍ଲଜ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ନିଆରା ମଣିଷ : ଶରତ ବାବୁ
Literature

ନିଆରା ମଣିଷ : ଶରତ ବାବୁ

by ବିଜୟ କୁମାର ପାଣି
October 12, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୨ ଅକ୍ଟୋବର ୨୦୨୬ ଧୋତିକୁ ପଞ୍ଜାବୀ ଭାରି ମାନୁଥିଲା ଓଡ଼ିଆର ବେଶ ଭୂଷା । ହସ ହସ ମୁଖେ ମିଠା...

Read more
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
ଚଷମା

ଚଷମା

September 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.