ଜୟଶ୍ରୀ ଦାସ, ବାଲେଶ୍ଵର, ୧୬ ଫେବୃଆରୀ ୨୦୨୩
ସୁନାଭୂଇଁ ନାମେ ଜଗତେ ବିଖ୍ୟାତ
ସ୍ବର୍ଣ୍ଣାଭ ବାଲିଆପାଳ
କି ସୁନ୍ଦର ଆହା, ତା’ ସାଗର ବେଳା
ମନଲୋଭା ନୀଳ ଜଳ
ସୁନାର ଫସଲ ହସୁଥାଏ ସଦା
କୂଳରେ ପାନ ବରଜ
ଦେଶ ବିଦେଶରୁ ପର୍ଯ୍ୟଟକ ଆସି
କରନ୍ତି କେତେ ମଉଜ
ପାନ, ଧାନ, ମୀନ ପେଣ୍ଠସ୍ଥଳୀ ପୁଣି
ଭୂମି ତା’ ଅତି ଉର୍ବର
କହନ୍ତି ସଭିଏଁ ଆମ ବିଷ୍ଣୁପୁର
ଜଗତ ଭିତରେ ସାର
ଷୋଡ଼ଶା ପାଣ୍ଠ, ଭୀମ ଉପାଖ୍ୟାନ
ବୃତ୍ତାନ୍ତ ଅଛି ଜଗତେ
ଶକ୍ତି କା’ର ଅଛି ଏ ବୀର ଭୂମିକୁ
ରଖିବ ନିଜ ଆୟତ୍ତେ
ଜନ ଆନ୍ଦୋଳନେ କମ୍ପିଲା ମେଦିନୀ
ହୋଇ ନ ପାରିଲା ଘାଟି
ଏକତା ହିଁ ବଳ ପ୍ରମାଣ ମିଳିଲା
ପ୍ରକୃତି ଦେଇଛି ଭେଟି।