ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୮ ମଇ ୨୦୨୪
ତୁମେ କହିଥିଲ କେଡେ ନମ୍ରତାରେ
କରିବାକୁ ସେହି କାମ
ମରିଗଲା ପରେ କାନ୍ଦିବେ ସକଳେ
ସ୍ମରୁଥିବେ ତୁମ ନାମ.
ତୁମେ ଦେଇଥିଲ ପରାମର୍ଶ ନରେ
ଅବିଶ୍ରାନ୍ତେ ଚାଲିବାକୁ
ଭାଗ୍ୟ ଫଳ ଚିନ୍ତା ନ ଆଣି ମନକୁ
ଦୂର ଦୃଷ୍ଟି ରଖିବାକୁ.
ତୁମ ନିବେଦନ ଥିଲା ଜନତାଙ୍କୁ
ଛାଡିବାକୁ ନିଶାପାଣି
ନିଶା ଅଭ୍ୟାସ ରେ ଜୀବନ ଟା ନଷ୍ଟ
ନିଏ ଅର୍ଥ ମାନ ଟାଣି.
ତୁମର ଲେଖନୀ ଚାଳନା ରେ କବି
ଭାଷା ହୋଇଛି ସମୃଦ୍ଧ
ତୁମର ପୂଣ୍ୟ ତିଥିରେ ଶ୍ରଦ୍ଧାରେ
ଭରିଯାଉଅଛି ହୃଦ.
ତୁମେତ ପ୍ରଣମ୍ୟ ପୁରୁଷ ବୈଷ୍ଣବ
ଜାତିର ଅଲିଭା ଜ୍ୟୋତି
ଅତୁଳନୀୟ ସାହିତ୍ୟ ସ୍ରଷ୍ଟା ହେ
ବାଢେମୁଁ କୋଟି ପ୍ରଣତି.