ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୫ ମଇ ୨୦୨୩
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖି ଯିଏ ହୁଏ ଦୁଃଖୀ
ଦୁଃଖୀ ମଣିଷ ର ମୁଖେ ଭରି ହସ
ହୋଇଥାଏ ଯିଏ ସୁଖୀ
ମଣିଷ ପରି ସେ ମଣିଷ ଟିଏ
କେହି ନୁହେଁ ତା’ର ଲାଖି ।
ନିଜ ଜୀବନ କୁ ହସି ହସି ଯିଏ
ନରକେ ପକାଇ ଦିଏ
ସାର୍ଥକ ଜୀବନ ତାହାର ବୋଲିଣ
ଏ ଜଗତ ଘୋଷୁ ଥାଏ
ଭୀମ ଭୋଇ ଙ୍କ ଏ ବାର୍ତ୍ତା ଜଗତକୁ
ଆଜି ଉଦବୁଧ କରାଏ ।