ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨ ଅପ୍ରେଲ ୨୦୨୪
ପ୍ରାର୍ଥୀ ବଛା କାମ ଏବେ
ତଣ୍ଟିରେ କଣ୍ଟା ହୋଇଚି,
ଛିଣ୍ଡି ପାରୁ ନାହିଁ ଅଙ୍କ
ନେତାଙ୍କ ମୁଣ୍ଡ ବିନ୍ଧୁଚି ।। ୧ ।।
ଦଳ ଟିକେଟ ନେବା ପାଇଁ
ଆଶାୟୀ ଅଡ଼ି ଵସିଛି,
ଯେତେ ବୁଝାଇଲେ ସିଏ
ଅଝଟିଆ ହେଉଛି ।। ୨ ।।
ଏକାଧିକ ଅଶାୟୀଙ୍କୁ
ତୁଷ୍ଟ କରିବାକୁ ପଡୁଚି,
ଅନ୍ୟ ଦଳ ପ୍ରାର୍ଥୀ ଦେଖି
ଗୋଟି ଚଳାଇବାକୁ ହେଉଚି ।। ୩ ।।
ଛକାପଞ୍ଝା ରାଜନୀତି
ସ୍ଥିତି ବିଗାଡିବାରେ ଲାଗିଛି,
ପ୍ରତିଦ୍ୱନ୍ଦୀଙ୍କ ଗତିବିଧି
ପୁଣି ନିରେଖିଵାକୁ ପଡୁଛି ।। ୪ ।।
ଏହା ଭିତରେ ଦଳ ଡିଆଁ
ବେଶ୍ ଜୋରସୋର ଚାଲିଚି,
ଡ଼ିଆଁ ପ୍ରାର୍ଥୀଙ୍କ ଟିକେଟ ଘେନି
(କେତେ) ହଇଚଇ ସୃଷ୍ଟି ହେଉଚି ।। ୫ ।।
ଅଡୁଆ ଅଙ୍କ ଛିଡି଼ବ କେବେ
ବୁଦ୍ଧି ବାଟ ଦିଶୁନି,
ନେତାଙ୍କ ଅକଲ ଗୁଡ଼ୁମ ହୋଇ
ତାଙ୍କ ମୁଣ୍ଡ କାମ କରୁନି ।। ୬ ।।