• About
  • Contact
Monday, October 5, 2026
Monday, October 5, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପ୍ରତୀକ୍ଷା

pratiksha
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୯ ଅଗଷ୍ଟ ୨୦୨୩

ମୀରା ପାପୁଲି ରେଖାରେ
ନୈବେଦ୍ୟର ସଜଫୁଟା ଫୁଲ
ମହମହ ବାସୁଥିବା ତୁମେମୟ ପୃଥିବୀ ।।

ରାସ କୁଞ୍ଜରୁ କୁଞ୍ଚିକୁଞ୍ଚି ହୋଇ
ଫିଟିପଡ଼ୁଥିବା ମାନିନୀର ଅଭିମାନ
ଚନ୍ଦ୍ରାବଳୀର ଉଆସରୁ
ଚନ୍ଦ୍ରସେଣାର ସିନ୍ଦୂର ଯାଏ ପାହୁନଥିବା ରାତି
ଗୋପରୁ ମଥୁରା ପର୍ଯ୍ୟନ୍ତ
ନୀଳବଂଶୀ ର ମଧୁର ସ୍ବନ ।।

ଶ୍ରମଣାର ଜୀବନ ସଞ୍ଜରେ
ଧୈର୍ଯ୍ୟର ମାତଙ୍ଗବନ
ଅଇଁଠା କୋଳିର ଭାବପ୍ରବଣ ରେ
ମୋକ୍ଷର ଖୋଲା ବାଟ ।।

ପାଷାଣ ଦେହର ପାଦସ୍ପର୍ଶ
ଶାପଯୁକ୍ତା ଗୌତମ ପତ୍ନୀଙ୍କ
ଶାପମୁକ୍ତିର ଶେଷ ଇସ୍ତାହାର ।।

ମାଣିକ ଗଉଡୁଣୀର ଅଙ୍ଗୀକାର ପାଖରେ
ପୋଷେ ଦହିର ପାଉଣା
ଚିହ୍ନଦିଆ ରତ୍ନମୁଦ୍ରିକାର କିମ୍ବଦନ୍ତି ।।

ଶ୍ରୀଜୟଦେବଙ୍କ ଭିତରେ ଉଠୁଥିବା ପ୍ରଶ୍ନ
ଶ୍ରୀଗୀତଗୋବିନ୍ଦ ମହାକାବ୍ୟର
ଦେହୀ ମୁଦାରମ୍ ପ୍ରୀତି ଲେଖନୀରେ
ସ୍ବହସ୍ତ ହସ୍ତାକ୍ଷର
ପଦ୍ମାବତୀଙ୍କ ସହଭାଗୀତାରେ
ପ୍ରତୀକ୍ଷାର ଶେଷପଂକ୍ତି ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ମନେ ପଡେ ଆଜି ଦିନ
Literature

ମନେ ପଡେ ଆଜି ଦିନ

by ବିଜୟ କୁମାର ପାଣି
October 2, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨ ଅକ୍ଟୋବର ୨୦୨୬ ଭଗ୍ନ ସ୍ୱାସ୍ଥ୍ୟ ତାଙ୍କ ନଗ୍ନ ଶରୀରଟି ଦେଖିଲେ ଲାଗୁଛି ସତେ । ଖଦଡ଼ ଲୁଗା ଟା...

Read more
ଚଷମା

ଚଷମା

September 29, 2026
ମୁହୂର୍ତ୍ତ

ମୁହୂର୍ତ୍ତ

September 22, 2026
ପକ୍ଷୀଘର।

ପକ୍ଷୀଘର।

September 19, 2026
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.